ରାଜ୍ୟରେ ଆଜି ୪୪୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୪ ଆକ୍ରାନ୍ତ ମୃତ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୪୪୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୨୫୭୪ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୮୭୧। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୮୭,ବାଲେଶ୍ବରରୁ ୧୨୩, ବରଗଡରୁ ୧୭୮, ଭଦ୍ରକରୁ ୪୩, ବଲାଙ୍ଗିରରୁ ୧୬୮,ବୌଦ୍ଧରୁ ୨୧,କଟକରୁ ୨୫୧, ଦେଓଗଡରୁ ୩୫, ଢେଙ୍କାନାଳରୁ ୨୦, ଗଜପତିରୁ ୬୭୧୦,ଗଞ୍ଜାମରୁ ୬୨,ଜଗତସିଂହପୁରରୁ ୩୩,ଯାଜପୁରରୁ ୫୮, ଝାରସୁଗୁଡାରୁ ୨୩୧, କଳାହାଣ୍ଡିରୁ ୨୭୩,କନ୍ଧମାଳରୁ ୨୯, କେନ୍ଦ୍ରାପଡାରୁ ୩୫, କେନ୍ଦୁଝରରୁ ୭୫, ଖୋର୍ଦ୍ଧାରୁ ୫୮୭,କୋରାପୁଟରୁ ୨୧,ମାଲକାନଗିରିରୁ ୯, ମୟୁରଭଞ୍ଜରୁ ୧୦୦,ନବରଙ୍ଗପୁରରୁ ୧୨୭,ନୟାଗଡରୁ ୫୦, ନୂଆପଡାରୁ ୪୩୭, ପୁରୀରୁ ୨୧୯, ରାୟଗଡାରୁ ୫୩,ସମ୍ବଲପୁରରୁ ୨୪୧, ସୋନପୁରରୁ ୨୨, ଏବଂ ଷ୍ଟେଟ ପୁଲରୁ ୧୨୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାସହିତ ରାଜ୍ଯରେ ଏହାକୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ଯା ୩,୭୨,୭୦୩ରେ ପହଁଚିଥିବାବେଳେ, ସୁସ୍ଥ ହେଲେଣି ୩,୪୬,୧୩୪ ଜଣ । ବର୍ତ୍ତମାନ ରାଜ୍ଯରେ ଆକ୍ଟିଭ୍ କେସ୍ ରହିଛି ୨୪,୫୬୮। ସେହିପରି ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ରୁ ୨ ଜଣ ଆକ୍ରାନ୍ତ ଜୀବନ ଯାଇଛି । ଝାରସୁଗୁଡ଼ା ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.