ଆଜି ରାଜ୍ଯରେ ୪୭୬୧ କରୋନା ପଜିଟିଭ୍ ଚିହ୍ନଟ, ଗଲା ୫ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୪୭୬୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୨୭୮୫ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୯୭୬। ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୮୧,ବାଲେଶ୍ବରରୁ ୮୪, ବରଗଡରୁ ୧୯୮, ଭଦ୍ରକରୁ ୬୩, ବଲାଙ୍ଗିରରୁ ୩୨୨,ବୌଦ୍ଧରୁ ୨୩,କଟକରୁ ୧୭୬, ଦେଓଗଡରୁ ୩୧, ଢେଙ୍କାନାଳରୁ ୬, ଗଜପତିରୁ ୩୧,ଗଞ୍ଜାମରୁ ୪୯,ଜଗତସିଂହପୁରରୁ ୨୨,ଯାଜପୁରରୁ ୮୬, ଝାରସୁଗୁଡାରୁ ୨୩୪, କଳାହାଣ୍ଡିରୁ ୧୬୭,କନ୍ଧମାଳରୁ ୨୫, କେନ୍ଦ୍ରାପଡାରୁ ୫୦, କେନ୍ଦୁଝରରୁ ୧୦୩, ସୁନ୍ଦରଗଡରୁ ୬୭୩ ,କୋରାପୁଟରୁ ୩୧,ମାଲକାନଗିରିରୁ ୬, ମୟୁରଭଞ୍ଜରୁ ୮୬,ନବରଙ୍ଗପୁରରୁ ୧୫୪,ନୟାଗଡରୁ ୬୩, ନୂଆପଡାରୁ ୫୩୪, ପୁରୀରୁ ୧୯୩, ରାୟଗଡାରୁ ୬୦,ସମ୍ବଲପୁରରୁ ୧୮୩, ସୋନପୁରରୁ ୪୭, ଏବଂ ଷ୍ଟେଟ ପୁଲରୁ ୧୬୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

ଏହାସହିତ ରାଜ୍ଯରେ ଏହାକୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ଯା ୩,୭୭,୪୬୪ରେ ପହଁଚିଥିବାବେଳେ, ସୁସ୍ଥ ହେଲେଣି ୩,୪୭,୬୩୭ ଜଣ । ବର୍ତ୍ତମାନ ରାଜ୍ଯରେ ଆକ୍ଟିଭ୍ କେସ୍ ରହିଛି ୨୭,୮୨୧। ସେହିପରି ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନୂଆପଡାରୁ ୩ ଜଣ ଆକ୍ରାନ୍ତ ଜୀବନ ଯାଇଛି । ରାୟଗଡା ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ହୋଇଛି ।

Leave A Reply

Your email address will not be published.