ଭଦ୍ରକରେ ପାଞ୍ଚ ଜଣ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସମସ୍ତ ଦୋକାନ ବଜାର ବନ୍ଦ

ଭଦ୍ରକ: ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ । ଭଦ୍ରକରୁ ୫ ଓ ବାଲେଶ୍ୱରରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭଦ୍ରକର ୫ ପଜିଟିଭ୍‌ଙ୍କ ମଧ୍ୟରୁ ବାସୁଦେବପୁରର ୩ ଓ ଭଣ୍ଡାରୀପୋଖରୀ ଅଞ୍ଚଳର ଦୁଇ ଜଣ ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସମସ୍ତ ପଜିଟିଭ୍ ବାହାର ରାଜ୍ୟରୁ ଆସିଥିବା ଜଣାପଡିଛି ।

positiveବାସୁଦେବପୁର ବ୍ଲକର ବିନାୟକପୁର, ପଦ୍ମପୁର ଓ ଲକ୍ଷ୍ମୀଦାସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି । ସେହିପରି ଭଣ୍ଡାରୀପୋଖରୀ ବ୍ଲକର ରାହାଣିଆ ଓ ତେସିଙ୍ଗା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଏହି ପଞ୍ଚାୟତ ଭିତରକୁ କେହି ଯିବେ ନାହିଁ କି କେହି ବାହାରକୁ ଆସିବେ ନାହିଁ । ଏହି ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିସିନ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ଲୋକଙ୍କ ପାଖରେ କିପରି ସାମଗ୍ରୀ ପହଞ୍ଚି ପାରିବ ସେଥିପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ଏମାନେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ତଦାରଖ କରିବେ । କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟରେ ଆସୁଥିବା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.