ରାଜ୍ୟ ପାଇଁ ଖୁସି ଖବର, ଆଜି ସୁସ୍ଥ ହେଲେ ୫୧୫ ଜଣ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ପାଇଁ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯୯ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୮୦, ଯାଜପୁରୁ ୪୦, ସୁନ୍ଦରଗଡ଼ରୁ ୩୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୨୮, କେନ୍ଦୁଝର ୨୦, ଜଗତସିଂହପୁର ଜିଲ୍ଲାରୁ ୧୮, ବାଲେଶ୍ୱର ୧୫, ଝାରସୁଗୁଡ଼ା ଓ ବରଗଡ଼ରୁ ୧୩ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ୧୯ ଜିଲ୍ଲାରୁ ସୁସ୍ଥ ହୋଇଛି ୫୧୫ ଆକ୍ରାନ୍ତ ।ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୨ ହଜାର ୪୫୨କୁ ବୃଦ୍ଧି ପାଇଛି । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ୭୧ ଦଶମିକ ୪୧ ପ୍ରତିଶତ ସୁସ୍ଥ ହେଲେଣି । ଆକ୍ଟିଭ କେସ୍ ୪ ହଜାର ୮୬୬କୁ ଖସିଛି ।

ସେହିପରି ରାଜ୍ୟରେ ଆଜି ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏଥିରେ କ୍ବାରେଣ୍ଟାଇନ କେସ୍ ରହିଛି ୪୮୧ ରହିଥିବା ବେଳେ ଲୋକାଲ କେସ୍ ୨୫୫ ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳର ୨୨,ବାଲୋଶ୍ବର ୩୩,ବରଗଡ ୩, ଭଦ୍ରକର ୫, ବଲାଙ୍ଗିରର ୪, ବୌଦ୍ଧର ୮, କଟକର ୨୭,ଢେଙ୍କାନାଳ ୧, ଗଜପତି ୩୯, ଗଞ୍ଜାମ ୨୪୭, ଜଗତସିଂହପୁରରୁ ୪୦, ଯାଜପୁରର ୪୦, କଳାହାଣ୍ଡି ୨, କେନ୍ଦ୍ରାପଡାର ୭, ଖୋର୍ଦ୍ଧା ୧୦୭, କେନ୍ଦୁଝରରୁ ୧, କୋରାପୁଟରୁ ୪୫, ମାଲକାନିଗରିର ୧୮, ମୟୂରଭଞ୍ଜର ୧୨, ନବରଙ୍ଗପୁରର ୧, ନୟାଗଡର ୧୦, ପୁରୀର ୧୪,ରାୟଗଡାରୁ ୮, ସମ୍ବଲପୁରରୁ ୨୫, ସୁନ୍ଦରଗଡରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୭,୪୩୭ରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.