ପୁଣି ଗଞ୍ଜାମ ଜିଲ୍ଲାରୁ ୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ, ଏମାନଙ୍କ ଭିତରୁ ୧୩ କରୋନା ଯୋଦ୍ଧା ସଂକ୍ରମିତ

ଗଞ୍ଜାମ: ଆଜି ପୁଣି ଗଞ୍ଜାମ ଜିଲ୍ଲାରୁ ୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ କଥା ଏମାନଙ୍କ ଭିତରେ ୧୩ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ୧୩ଜଣ କରୋନା ଯୋଦ୍ଧାଙ୍କ ଭିତରୁ ବେଲଗୁଣ୍ଠା, ବୁଗୁଡ଼ା, ଶେରଗଡ଼, ପୁରୀ, ସୋରଡ଼ା ଓ ରଙ୍ଗେଇଲୁଣ୍ଡାର ଜଣେ ଲେଖାଏଁ ଅଛନ୍ତି। ଏହାଛଡ଼ା ଦୁଇଜଣ ପୋଲସରା ବ୍ଲକର ଓ ୫ଜଣ ବ୍ରହ୍ମପୁର ମହାନଗର ନିଗମର ଅଛନ୍ତି।

ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ସମସ୍ତ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ଯପଟେ ହଠାତ୍ ୧୩ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନର ମୁଣ୍ଡ ବ୍ଯଥାର କାରଣ ପାଲଟିଛି । ସୂଚନା ଥାଉକି, ବର୍ତ୍ତମାନ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫୫ ଥିବା ବେଳେ ସେମାନଙ୍କ ଭିତରୁ ୬୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଜିଲ୍ଲାରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯ ରହିଥିବାବେଳେ ମୋଟ୍ ୬ ଜଣଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.