ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା: ଆଜି ଦିନକରେ ସର୍ବାଧିକ ୫୬୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୪୨୫ ଆକ୍ରାନ୍ତ ଥିବା ବେଳେ ୧୩୬ ଜଣ ଲୋକାଲ୍ କେସରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ।

tweetସୂଚନା ଅନୁଯାୟୀ, ଏହି ୫୬୧ କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୨୮୩, ବରଗଡ଼ରୁ ୨୧, ଭଦ୍ରକରୁ ୧, ବଲାଙ୍ଗୀରରୁ ୧୯, କଟକରୁ ୮୧, ଢେଙ୍କାନାଳରୁ ୩,  ଜଗତସିଂହପୁରରୁ ୬, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୫, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୬, ଖୋର୍ଦ୍ଧାରୁ ୨୬, କୋରାପୁଟରୁ ୪, ମୟୁରଭଞ୍ଜରୁ ୧୦, ପୁରୀରୁ ୧, ରାୟଗଡ଼ାରୁ ୭୬, ସମ୍ବଲପୁରରୁ ୮, ସୁନ୍ଦରଗଡ଼ରୁ ୩ ଏବଂ ଏନଡିଆରଏଫର ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.