ନୂଆପଡ଼ା ଖଡିଆଳରେ ପହଞ୍ଚିଲେ ୫୬୫ଜଣ ପ୍ରବାସୀ ଶ୍ରମିକ

ନୂଆପଡ଼ା: ନୂଆପଡ଼ା ଖଡିଆଳରେ ପହଞ୍ଚିଲେ ୫୬୫ଜଣ ଶ୍ରମିକ । ଟ୍ରେନ୍‌ ଯୋଗେ ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବା ପରେ ନୂଆପଡ଼ା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବସ୍‌ରେ ସେମାନଙ୍କୁ ଅଣାଯାଇଛି । ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆଠାରେ ସମସ୍ତ ଶ୍ରମିକମାନଙ୍କ ନାଁ ପଞ୍ଜିକରଣ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେଠାରୁ ସେମାନଙ୍କୁ ବ୍ଲକ ଓ ନିକଟସ୍ଥ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି।

ଅଗ୍ନିଶମ ବିଭାଗ ତରଫରୁ ଶ୍ରମିକମାନେ ଆସିଥିବା ବସ୍‌ ଗୁଡ଼ିକୁ ବିଶୋଧନୀକରଣ କରାଯାଇଛି । ଜିଲ୍ଲାର ପ୍ରାୟ ୪୦ ହଜାର ଶ୍ରମିକ ଆସିବା ପାଇଁ ପଞ୍ଜିକରଣ କରିଥିବା ନୂଆପଡ଼ା ଜିଲ୍ଲାପାଳ ମଧୂସ୍ମିତା ସାହୁ କହିଛନ୍ତି । ଜିଲ୍ଲାରେ ମୋଟ ୬୫୦ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଛି । ପ୍ରବାସୀ ଓଡିଆଙ୍କ ରହିବା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.