ରେକର୍ଡ ଭାଙ୍ଗୁଛି କରୋନା : ଆଜି ପୁଣି ରାଜ୍ଯରେ ସର୍ବାଧିକ ୫୭୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ଯରେ ସର୍ବାଧିକ ୫୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୪୦୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୮ ଟି ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

positiveଏମାନଙ୍କ ଭିତରୁ ଅନୁଗୁଳ-୪, ବାଲେଶ୍ୱରରୁ ୨୮, ଭଦ୍ରକରୁ ୧, ବଲାଙ୍ଗୀରରୁ ୫, କଟକରୁ ୨୯, ଢେଙ୍କାନାଳରୁ ୧, ଗଜପତିରୁ ୫୬, ଗଞ୍ଜାମରୁ ୨୭୩, ଜଗତସିଂହପୁରରୁ ୧୭, ଯାଜପୁରରୁ ୧୬, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୩, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୩୭, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୭, ନୟାଗଡରୁ ୧, ପୁରୀରୁ ୪, ରାୟଗଡାରୁ ୧୦, ସମ୍ବଲପୁରରୁ ୬, ସୁନ୍ଦରଗଡରୁ ୫୧ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.