ଅନୁଗୁଳରେ ପଶିଲା କରୋନା, ରାଜ୍ୟରେ ନୂଆ ୫୮ ଜଣ କରୋନା ରୋଗୀ‌ ଚିହ୍ନଟ

କେନ୍ୟୁଜ ବ୍ୟୁରୋ: ଅନୁଗୁଳରେ ପଶିଲା କରୋନା । ରାଜ୍ୟରେ ଆଉ ନୂଆ ୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରେ ୧୩ଜଣ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ନୂଆ ୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ମହାମାରୀ ଏବେ ବେଗ ବଢ଼ାଇଛି। ପଜିଟିଭ ତାଲିକାରେ ୪ ଦିନ ଭିତରେ ଯୋଡି ହୋଇଛନ୍ତି ୧୫୦ ଅଧିକ ଆକ୍ରାନ୍ତ। ରାଜ୍ୟରେ କରୋନା ଗଡ ପାଲଟିଛି ଗଞ୍ଜାମ। ଗଞ୍ଜାମ ଜିଲ୍ଲାରେ ଆଜି ଆଉ ୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନରେ ପ୍ରାଣ ହରାଇଛି। ଫଳରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୮କୁ ଛଇଁଛି। ୧୧୭ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଅନ୍ୟପକ୍ଷରେ ପ୍ରବାସୀ ଓଡିଆଙ୍କୁ ନେଇ ଆଉ ୫ଟି ଟ୍ରେନ୍ ଓଡିଶା ମୁହାଁ ହୋଇଛି। ଆଗକୁ ସ୍ଥିତି ଅଧିକ ସଙ୍ଗିନ ହେବା ଆଶଙ୍କା ବଢ଼ିଛି।

ଗତକାଲି ନୟାଗଡ ଜିଲ୍ଲାକୁ କରୋନା ଛୁଇଁଥିବା ବେଳେ ଆଜି ସକାଳୁ ସକାଳୁ ଅନୁଗୁଳ ଜିଲ୍ଲରେ କରୋନା ପ୍ରବେଶ କରିଛି। ଫଳରେ ଜିଲ୍ଲାରେ ୧୩ଟି ଆକ୍ଟିଭ କେସ୍ ରହିଛି। ଏହ ସମସ୍ତ ଆକ୍ରାନ୍ତ ପ୍ରବାସୀ ହୋଇଥିବା ଜଣାପଡିଛି। ତେବେ ଆକ୍ରନ୍ତ ମାନେ କ୍ବାରେଣ୍ଟାଇନ୍ ଥିବା ବେଳେ କରୋନା ପଜିଟିଭ ଭାବେ ଚିହ୍ନଟ୍ ହୋଇଛନ୍ତି।

Leave A Reply

Your email address will not be published.