ରାଜ୍ଯରେ ୫୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ: କ୍ବାରେଣ୍ଟାଇନରୁ ୩୯୪ ଏବଂ ଲୋକାଲ୍ କେସରୁ ୧୯୭ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ଯରେ ଆଉ ୫୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୩୯୪ ଏବଂ ଲୋକାଲ୍ କେସରୁ ୧୯୭ ପଜିଟଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ୨୫ଟି ଜିଲ୍ଲାରୁ ଏହି ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ସଂକ୍ରମିତଙ୍କ ସଂଖ୍ଯା  ୧୬,୭୦୧ ରେ ପହଁଚିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨, ଖୋର୍ଦ୍ଧାରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି କଟକରେ ୩୮, ଯାଜପୁରରେ ୧୯, ବାଲେଶ୍ବରରେ ୧୩, ଜଗତସିଂହପୁର ଜିଲ୍ଲାରେ ୨୨, ପୁରୀରେ ୬, କେନ୍ଦ୍ରାପଡ଼ାରେ ୮, ଭଦ୍ରକ ଜିଲ୍ଲାରେ ୩, ସୁନ୍ଦରଗଡ଼ରେ ୧୮, ବଲାଙ୍ଗୀରରେ ୯, ମୟୂରଭଞ୍ଜରେ ୨୨, ନୟାଗଡ଼ରେ ୧୧, କେନ୍ଦୁଝରରେ ୨, ଝାରସୁଗୁଡ଼ାରେ ୫, ବରଗଡ଼ ଜିଲ୍ଲାରେ ୩୫, ଅନୁଗୁଳରେ ୧, ମାଲକାନଗିରିରେ ୮, ସମ୍ବଲପୁରରେ ୨୦, ଦେବଗଡ଼ରେ ୩, ବୌଦ୍ଧରେ ୫, ଢେଙ୍କାନାଳ ଜିଲ୍ଲାରେ ୯, କୋରାପୁଟରେ ୪, ରାୟଗଡ଼ା ଜିଲ୍ଲାରେ ୧ ଓ ନବରଙ୍ଗପୁର ଜିଲ୍ଲାରେ ୨୨ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.