5T ସଚିବଙ୍କ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତ, କୋଭିଡ୍‌ ସ୍ଥିତି ନେଇ କରିଛନ୍ତି ସମୀକ୍ଷା

ଝାରସୁଗୁଡ଼ା/ସୁନ୍ଦରଗଡ଼: 5T ସଚିବ ଭି. କେ ପାଣ୍ଡିଆନ୍‌ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତ। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବା ପରେ ଜିଲ୍ଲାରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । କୋଭିଡ୍‌ ୧୯ ନେଇ ଜିଲ୍ଲାରେ ପ୍ରଶସାନର ପ୍ରସ୍ତୁୁତି ଓ କୋଭିଡ୍‌-୧୯ ଡାକ୍ତରଖାନା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି । ଝାରସୁଗୁଡ଼ା ଗସ୍ତ ସାରି ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି 5T ସଚିବ ଓ ଉନ୍ନୟନ କମିଶନର । ସେଠାରେ ସ୍ଥିତି ପରଖିବା ପରେ ଭୁବନେଶ୍ୱର ଫେରିଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.