ରାଜ୍ଯରେ କରୋନା ନେଲା ଆଉ ୬ଜଣଙ୍କ ମୁଣ୍ଡ, ସମୁଦାୟ ମୃତ୍ୟୁସଂଖ୍ୟା ୧୨୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୬ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୩, ଗଜପତିରୁ ୧, ଭଦ୍ରକରୁ ୧ ଏବଂ ରାୟଗଡାରୁ ଜଣଙ୍କର ଜୀବନ ନେଇଛି ମହାମାରୀ । ଏହାବ୍ଯତିତ ଖୋର୍ଦ୍ଧା ଏବଂ ନୟାଗଡରୁ ଜଣେ ଜଣେ କରୋନା ପଜିଟିଭଙ୍କ ଅନ୍ଯ କୌଣସି କାରଣ ବଶତଃ ଜୀବନ ଯାଇଥିବା ଜଣାପଡିଛି ।

ମୃତକଙ୍କ ଭିତରେ ଗଞ୍ଜାମରୁ ଜଣେ ୪୪ ବର୍ଷିୟ ପୁରୁଷ ଅଛନ୍ତି ଯିଏକି ଡାଇବେଟିସରେ ପୀଡିତ ଥିଲେ । ଏହାସହ ଗଞ୍ଜାମରୁ ୫୦ ଏବଂ୫୯ ବର୍ଷିୟା ଦୁଇ ଜଣ ମହିଳା ମଧ୍ଯ କରୋନାରେ ପ୍ରାଣ ହାରିଛନ୍ତି ।

ଏହାସହିତ ରାୟଗଡା ଜିଲ୍ଲାରୁ ଜଣେ  ୭୧ ବର୍ଷିୟ ପୁରୁଷ ରହିଛନ୍ତି । ସେ ଡାଇବେଟିସ୍ , ହାଇପରଟେନସନ୍ ଏବଂ କିଡନୀ ରୋଗରେ ପୀଡିତ ଥିଲେ । ସେହିପରି ଗଜପତି ଜିଲ୍ଲାରୁ ଜଣେ ୫୩ବର୍ଷିୟ ପୁରୁଷ ମଧ୍ଯ କରୋନାରେ ଆଖି ବୁଜିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.