ଥଣ୍ଡା ଏବଂ ମୁଣ୍ଡବ୍ୟଥା ବି ହୋଇପାରେ କରୋନା, ଆମେରିକା ହେଲ୍ଥ ଏଜେନ୍ସି ଜଣାଇଲା ଆଉ ଛଅ ନୂଆ ଲକ୍ଷଣ

କରୋନା ଭାଇରସ ଦୁନିଆର ପ୍ରଥମ ଭାଇରସ ଯାହା ବିଷୟରେ କରାଯାଉଥିବା ରିସର୍ଚ୍ଚ ଧୀରେ ଧୀରେ ଭୁଲ ପ୍ରମାଣିତ ହେବାରେ ଲାଗିଛି। କରୋନାକୁ ନେଇ ଏବେ ବି କୌଣସି ସଠିକ ତଥ୍ୟ ମିଳିପାରିନାହିଁ। ଏପରି ହେବାର ସବୁଠାରୁ ବଡ କାରଣ ହେଉଛି ସମୟ ସହିତ କରୋନାର ରୂପ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ଏହା ସହିତ ଏହାର ଲକ୍ଷଣ ମଧ୍ୟ ବାରମ୍ବାର ବଦଳିବାରେ ଲାଗିଛି।

ଉଦାହରଣ ସ୍ୱରୂପ ଆମେରିକାରେ କରୋନା ଟାଇପ-ଏ ଏବଂ ଟାଇପ-ବି ଉଭୟ ବ୍ୟାପୁଛି। ଏଥିପାଇଁ ସେଠାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ହେଉଛି। ସେହିପରି ଭାରତୀୟ ରୋଗୀଙ୍କ ଠାରେ ଏବେ ପର୍ଯ୍ୟନ୍ତ ୧୭ ରୁ ଅଧିକ ଦେଶରେ ଭାଇରସ ମିଳି ସାରିଲାଣି। ଏହି ଭାଇରସର ପାଞ୍ଚ ମ୍ୟୁଟେସନ ଅର୍ଥାତ ଆନୁବଂଶୀକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି।

coronavirusଏବେ ପର୍ଯ୍ୟନ୍ତ କରୋନା ଭାଇରସରେ ଜ୍ଵର, ଥଣ୍ଡା, ସର୍ଦ୍ଦି, କାଶ, ନିଶ୍ୱାସ ନେବାରେ କଷ୍ଟ ଆଦି ଲକ୍ଷଣ ସାମିଲ ଥିଲା। ଆମେରିକାର ହେଲ୍ଥ ପ୍ରୋଟେକ୍ସନ ଏଜେନ୍ସି ସେଣ୍ଟର୍ସ ଅଫ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଅର୍ଥାତ ସିଡିସି କରୋନା ଭାଇରସର ଆଉ ଛଅ ଲକ୍ଷଣ ଜଣାଇଛି ଯେଉଁଥିରେ ଥଣ୍ଡା ଲାଗିବା, ଥଣ୍ଡା ଲାଗିବା ସହିତ ଲଗାତର କମ୍ପ ଆସିବା, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡ ବ୍ୟଥା, ଗଳା ବସିଯିବା ଏବଂ ସ୍ୱାଦ/ଗନ୍ଧର ଅନୁଭବ ନହେବା ଆଦି ସାମିଲ ଅଛି।

ଏହି ନୂଆ ଛଅ ଲକ୍ଷଣକୁ ମିଶାଇ କରୋନାର ଲକ୍ଷଣ ମୋଟ ୯ଟି ଲକ୍ଷଣ ହୋଇଗଲା। ଏମିତିରେ ଯଦି ଏଥିରେ କୌଣସି ବି ଲକ୍ଷଣ ଆପଣଙ୍କ ପାଖରେ ଦେଖାଯାଉଛି ତେବେ ଏହା କରୋନା ସଂକ୍ରମଣ ହୋଇପାରିଥାଏ। ଆପଣ ତୁରନ୍ତ ଡ଼ାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ।

Leave A Reply

Your email address will not be published.