ଚିନ୍ତା ବଢାଉଛି ଖବର: ଦେଶରେ ୬ଜଣଙ୍କ ମଧ୍ୟରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ

ନୂଆଦିଲ୍ଲୀ:  ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌ । କରୋନା ଭୂତାଣୁ ଠାରୁ ଏହା ଅଧିକ ଭୟଙ୍କର ବୋଲି କୁହାଯାଉଛି । ତେବେ ଭାରତରେ କରୋନାର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିଥିବାବେଳେ, ପୁଣି ଦେଶରେ ଆଉ ୬ଟି ନୂଆ କେସ୍‌ ଚିହ୍ନଟ ହୋଇଛି । ୬ ଜଣ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ଖବର ମିଳିଛି ।

ଏମାନଙ୍କ ଭିତରୁ ବେଙ୍ଗାଲୁରୁ ଲ୍ୟାବ୍‌ରୁ ୩ଜଣ, ହାଇଦ୍ରାବାଦ ଲ୍ୟାବ୍‌ରୁ ୨ଜଣ ଓ ପୁଣେ ଲ୍ୟାବ୍‌ରୁ ଗୋଟିଏ କେସ୍‌ ସାମ୍ନାକୁ ଆସିଛି । ତେବେ  ସମସ୍ତ ୬ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦେଇଛନ୍ତି । ଏହି ଖବର ଏବେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳାଇ ଦେଇଛି।

ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ୩୩ ହଜାର ୟୁକେରୁ ଭାରତକୁ ଫେରିଛନ୍ତି । ଦେଶର ବିଭିନ୍ନ ବିମାନ ବନ୍ଦର ଦେଇ ଏମାନେ ଆସିଛନ୍ତି । ନୂଆ କରୋନା ଷ୍ଟ୍ରେନ ଜଣାପଡିବା ପରେ ସେମାନଙ୍କୁ ଚିହ୍ନଟ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଏବେସୁଦ୍ଧା ୧୧୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ନମୂନା ବିଭିନ୍ନ ଲ୍ୟାବକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.