ରାଜ୍ଯରେ ଆଜି କରୋନା ୬୪୪ ପଜିଟିଭ୍ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ

ଭୁବନେଶ୍ୱର: ଆଜି ରାଜ୍ୟରେ ୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ଭିତରୁ ୩୭୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ, ବାକି ୨୭୩  ହେଉଛି ଲୋକାଲ୍ କେସ୍‌। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୩ ଲକ୍ଷ ୧୦ ହଜାର ୫୨ରେ ପହଞ୍ଚିଛି । ସେହିପରି ୯ ହଜାର ୨୮୦ ଚିକିତ୍ସିତ ହେଉଥିବା ବେଳେ, କରୋନାରୁ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୯୯ ହଜାର ୧୫୯। 

ସେହିପରି ରାଜ୍ୟରେ ଆଜି କରୋନାରେ ଆଉ ୧୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୬୦ରେ ପହଞ୍ଚିଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।