ବୁର୍ଲା ଭୀମ୍‌ସାରର ୭୦ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ, ଆଜିଠାରୁ ୧୨ତାରିଖ ପର୍ଯ୍ୟନ୍ତ ମେଡିସିନ୍‌ ବିଭାଗ OPD ବନ୍ଦ

ସମ୍ବଲପୁର : ବୁର୍ଲା ଭୀମ୍‌ସାରର ୭୦ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ। ମେଡିସିନ୍‌ ବିଭାଗର ୩୮ଜଣ ଡାକ୍ତରଙ୍କ ସମେତ ୭୦ଜଣ ଡାକ୍ତର କ୍ୱାରେଣ୍ଟାଇନ୍‌ରେ ରହିବେ। ଗତ ମଙ୍ଗଳବାର ବୁର୍ଲା ଭୀମସାର ମେଡିକାଲର ୯ଜଣ ଡାକ୍ତର, ୧୨ଜଣ ଆଟେଣ୍ଡାଣ୍ଟ ଓ ନର୍ସ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ଏହାପରେ ଆରମ୍ଭ ହୋଇଥିଲା କଣ୍ଟାକ୍ଟ ଟ୍ରେସିଂ। ଯେଉଁମାନେ ଏମାନଙ୍କ ସଂଶ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ଏହାସହ ଆଜିଠାରୁ ୧୨ତାରିଖ ପର୍ଯ୍ୟନ୍ତ ମେଡିସିନ୍‌ ବିଭାଗ OPD ବନ୍ଦ ରହିବ। OPD ବନ୍ଦ ରହିଲେ ମଧ୍ୟ ଟେଲି ମେଡିସିନ ସେବା ଜାରି ରହିବ। କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ହସ୍‌ପିଟାଲ କର୍ତ୍ତୁପକ୍ଷ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.