ରାଜ୍ଯରେ ପୁଣି ୭୧୮ କରୋନା ପଜିଟିଭ୍ ଚିହ୍ନଟ: ଗଞ୍ଜାମରୁ ସର୍ବାଧିକ ୨୩୧, ଖୋର୍ଦ୍ଧାରୁ ୧୫୦ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ଯରେ ପୁଣି ୭୧୮ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରୁ ୪୭୯ ଏବଂ ଲୋକାଲ୍ କେସରୁ ୨୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ଟି ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ନେଇ ରାଜ୍ଯ ସୂଚନ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦,୮୭୭ଜଣ ସୁସ୍ଥ ହୋଇଥିବା ବେଳେ ୫,୧୨୪ ଜଣ ଚିକିତ୍ସାଧୀନ ରହିଛନ୍ତି।

ଗଞ୍ଜାମରୁ ପୁଣି ସର୍ବାଧିକ ୨୩୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ଜିଲ୍ଲା ଭାବେ ଖୋର୍ଦ୍ଧାରୁ ୧୫୦ ଜଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୫୪, କଟକରୁ ୩୨, କେନ୍ଦୁଝରରୁ ୨୮, କୋରାପୁଟ୍‌ରୁ ୨୭, ଝାରସୁଗୁଡ଼ାରୁ ୨୪, ମୟୂରଭଞ୍ଜରୁ ୨୨, ଗଜପତିରୁ ୨୧ ଜଣ ଆକ୍ରାନ୍ତ ହୋଇଛନ୍ତି । ରାୟଗଡ଼ାରୁ ୧୯, ଜଗତସିଂହପୁରରୁ ୧୬, ନୟାଗଡ଼ରୁ ୧୩, ଭଦ୍ରକରୁ ୧୦, ଅନୁଗୁଳ, ବାଲେଶ୍ୱର ଓ ପୁରୀରୁ ୯ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୭, ଢେଙ୍କାନାଳରୁ ୬, କେନ୍ଦ୍ରାପଡ଼ା ଓ ବରଗଡ଼ରୁ ୪ ଜଣ ଲେଖାଏ ପଜିଟିଭ୍‌ ହୋଇଥିବା ବେଳେ ନବରଙ୍ଗପୁରରୁ ଜଣେ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.