କୋଭିଡ୍ ଓ୍ଵାର୍ଡରେ ୮୧ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା, ଅକ୍ସିଜେନ୍ ପାଇପ୍ରେ ଲଗାଇ ଦେଲେ ଫାଶି
ମହାରାଷ୍ଟ୍ରର ନାଗପୁରରେ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର କୋଭିଡ୍ ଓ୍ଵାର୍ଡରେ ଭର୍ତ୍ତି ଜଣେ ୮୧ ବର୍ଷୀୟ ବୃଦ୍ଧ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଗାଧୁଆଘରେ ଅକ୍ସିଜେନ୍ ପାଇପ୍ରେ ହିଁ ଫାଶି ଲଗାଇଥିବା ଜଣାପଡ଼ିଛି। ଏ ନେଇ ସମ୍ପୃକ୍ତ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେପଟେ ବୃଦ୍ଧଙ୍କ ମୃତ୍ୟୁ ପଛର କାରଣ ଜାଣିବା ପାଇଁ ଚେଷ୍ଟା କରାଯାଉଛି।
କହି ରଖୁଛୁ, କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ପୁଣିଥରେ ଲାକ୍ଡାଉନ କରାଯିବାର ଆଶଙ୍କା ଭିତରେ ଚଳିତ ମାସ କୋଭିଡ୍ ସଂଖ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ରାଜ୍ୟରେ ୧ରୁ ୨୯ ମାର୍ଚ୍ଚ ଭିତରେ କରୋନା ଭାଇରସ୍ର ପାଖାପାଖି ୬ ଲକ୍ଷ ନୂଆ ମାମଲା ରେକର୍ଡ କରାଯାଇଛି।
ଚଳିତବର୍ଷ ପ୍ରାରମ୍ଭରେ ମହାରାଷ୍ଟ୍ରରେ କରୋନା ମାମଲା ବିଗତ ୩ ମାସ ତୁଳନାରେ ଦ୍ରୁତ ଗତିରେ ହ୍ରାସ ପାଉଥିଲା। କିନ୍ତୁ ଚଳିତ ମାସରେ ଆସିଥିବା ନୂଆ ମାମଲା ବିଗତ ୪ ମାସର ରେକର୍ଡ ଭାଙ୍ଗି ଦେଇଛି। ସୂଚନାଥାଉ କି, ନଭେମ୍ବର ୨୦୨୦ରୁ ଫେବୃଆରୀ ୨୦୨୧ ଭିତରେ ରାଜ୍ୟରେ କରୋନାର ୪ ଲକ୍ଷ ୮୭ ହଜାର ୫୧୯ଟି ନୂଆ ମାମଲା ସାମ୍ନାକୁ ଆସିଥିଲା।
An 81-year-old man who was admitted to Covid ward of Government Medical College and Hospital, Nagpur kills himself by hanging with an oxygen pipe inside the bathroom yesterday: Dr Kanchan Wankhede, Medical Superintendent (Incharge), GMC Nagpur, Maharashtra
— ANI (@ANI) March 30, 2021