ଗଞ୍ଜାମ ଜଗନ୍ନାଥପୁର ଷ୍ଟେସନରେ ୧୧୩୩ଜଣ ପ୍ରବାସୀଙ୍କୁ ନେଇ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍, ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସାତ ଜଣିଆ ଟିମ୍ କରୁଛନ୍ତି ସମୀକ୍ଷା

ଗଞ୍ଜାମ: ଗଞ୍ଜାମ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଛି ମୁମ୍ବାଇରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌। ୧୧୩୩ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଟ୍ରେନ୍‌ଟି ପହଞ୍ଚିଛି। ଆଉ ଏକ ଟ୍ରେନ୍‌ ଆଜି ସୁରତରୁ ଆସି ପହଞ୍ଚିବ। ସେପଟେ ଗଞ୍ଜାମରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଗଞ୍ଜାମ ଗସ୍ତରେ ସାତ ଜଣିଆ ଟିମ୍‌ ।

ganjamବିଗତ ତିନି ଦିନ ଧରି ଏହି ଟିମ୍‌  ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ୱାସ୍ଥ୍ୟ ସେବା ସଂପର୍କରେ ସମୀକ୍ଷା କରିବା ସହ କୋଭିଡ୍‌ କେୟାର ସେଣ୍ଟର ସ୍ଥାପନ ସଂପର୍କରେ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୨୧୦ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.