କରୋନାରେ ଚାଲିଗଲେ ବାପା, ଲୁହଭରା କଣ୍ଠରେ ଅଭିନେତ୍ରୀ କହିଲେ, ବାପାଙ୍କ ମୃତ୍ୟୁକୁ ଦେଖିବା ପାଇଁ ମୁଁ ପ୍ରସ୍ତୁତ ଥିଲି

କରୋନା ଭାଇରସରେ ହଲିଉଡ ଅଭିନେତ୍ରୀ ସୋଫିଆ ମାଇଲସଙ୍କ ବାପା ପିଟର ମାଇଲସଙ୍କ ମୃତ୍ୟୁ ଘଟିଛି । ଏ ନେଇ ସୋଫିଆ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହା ହେଉଛି କରୋନା ଭାଇରସର ନିରାଟ ସତ କାହାଣୀ । ଅଭିନେତ୍ରୀ ଜଣକ ଆହୁରି କହିଥିଲେ ଯେ ସେ ନିଜ ବାପାଙ୍କ ମୃତ୍ୟୁକୁ ଦେଖିବା ପାଇଁ ପୂରାପୂରି ପ୍ରସ୍ତୁତ ଥିଲେ ।

ସୋଫିଆ ଶନିବାର ହସ୍ପିଟାଲ ବେଡ଼ରେ ଆରାମ କରୁଥିବା ବାପାଙ୍କ ସହିତ ଫଟୋ ସେୟାର କରିଥିଲେ । କିଛି ଦିନ ପୂର୍ବରୁ ମଧ୍ୟ ସେ ନିଜ ବାପା ଓ ଭାଇଙ୍କ ସହ ଫଟୋ ସେୟାର କରିଥିଲେ । କହି ରଖୁଛୁ, ସୋଫିଆ ‘Transformer: Age of Extinction’, ‘Underground’ ଭଳି କେତେକ ଫିଲ୍ମରେ ନଜର ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.