ଅମାନିଆକୁ ପାରିବା ଦିନକୁ ଦିନ ହେଉଛି ମୁସ୍କିଲ୍: ପୁଣି ରାଉରକେଲା କଣ୍ଟେନମେଣ୍ଟ ଜୋନରେ ବିଶୃଙ୍ଖଳା

ରାଉରକେଲା: ଅମାନିଆକୁ ପାରିବା ଦିନକୁ ଦିନ ମୁସ୍କିଲ୍ ହୋଇପଡିଲାଣି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ରାଉରକେଲା କଣ୍ଟେନମେଣ୍ଟ ଜୋନରେ । ଯାହାକୁ ନେଇ ପୁଣି ଦେଖାଦେଇଛି ବିଶୃଙ୍ଖଳା । କଣ୍ଟେନମେଣ୍ଟ ଜୋନରେ ରହୁଥିବା କିଛି ବ୍ୟକ୍ତି ବାହାରକୁ ଯିବାକୁ ଜିଦ ଧରିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ।

ଆଜି ସକାଳୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟବସାୟୀ ଓ କର୍ମଚାରୀ କଣ୍ଟେନମେଣ୍ଟ ଜୋନକୁ ଯାଇଥିଲେ । ସେଠାରେ ରହୁଥିବା କେତେକ ଲୋକ ହଠାତ୍‌ ସେମାନଙ୍କୁ ନାନା ପ୍ରଶ୍ନ ପଚାରିଥିଲେ । ଅନ୍ୟମାନଙ୍କ ଭଳି ସେମାନେ କାହିଁକି ବାହାରକୁ ଯାଇପାରିବେ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଆଇସୋଲେସନ କେନ୍ଦ୍ରରେ ବିଶୃଙ୍ଖଳା ଦେଖା ଦେଇଥିଲା ।

ପୂର୍ବରୁ କୌଣସି କାରଣ ନଥାଇ ପୋଲିସ ଉପରକୁ ପଥର ଫିଙ୍ଗିବା ସହ କଣ୍ଟେନମେଣ୍ଟ ଜୋନରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅସଦବ୍ୟବହାର କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଆଜି ପୁନର୍ବାର ବିଶୃଙ୍ଖଳା ସୃଷ୍ଟି ହେବା ଯୋଗୁ ଘଟଣାସ୍ଥଳରେ ମହିଳା ପୋଲିସ ଫୋର୍ସ ସମେତ ଷ୍ଟେଟ ଆର୍ମଡ ପୋଲିସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.