ଭୁବନେଶ୍ୱର : କରୋନା ଲକ୍‌ଡାଉନ୍‌, ଘର ଖାଲି ନକଲେ ଏମ୍ସ ମହିଳା ଚିକିତ୍ସକଙ୍କୁ ରେପ ଧମକ ପରେ ଥାନାରେ ଅଭିଯୋଗ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରେନା ପାଇଁ ସାରା ଭାରତ ଏବେ ଲକ୍‌ଡାଉନ । ଏହି ସମୟରେ କେହି ଘରୁ ନବାହାରିବାକୁ ବାରମ୍ବାର ସୂଚନା ଦିଆଯାଉଛି । ମାତ୍ର ଡାକ୍ତରଙ୍କ ପାଇଁ ଏହି ସମୟ ବଡ଼ ମହଙ୍ଗା ପଡ଼ିଛି । ହସ୍‌ପିଟାଲରେ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଉଥିବାରୁ ଡାକ୍ତରଙ୍କୁ ଏବେ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖାଯାଉଛି । କେହି କେହି ଡାକ୍ତରଙ୍କୁ ଘରୁ ବାହାର କରିଦେବାକୁ ମଧ୍ୟ ଧମକ ଦେବାକୁ ପଛାଉ ନାହାନ୍ତି ।

ଏମିତି ଏକ ଅଭିଯୋଗ ଆସିଛି ଭୁବନେଶ୍ୱରରେ । ଅଭିଯୋଗ ଅନୁଯାୟୀ ଭୁବନେଶ୍ୱର ଏମ୍ସର ଜଣେ ମହିଳା ଡାକ୍ତର ଏଠାକାର ସୋସାଇଟିରେ ଘର ଭଡ଼ା ନେଇ ରହୁଛନ୍ତି । ହେଲେ ସୋସାଇଟିର ଜଣେ କର୍ମଚାରୀ ତାଙ୍କୁ ଘର ଛାଡ଼ିବାକୁ ବାରମ୍ବାର ଧମକ ଦେଉଛନ୍ତି । କରୋନା ରୋଗୀଙ୍କୁ ସେ ଚିକିତ୍ସା କରୁନଥିବା କହୁଥିଲେ ମଧ୍ୟ ଉକ୍ତ ସୋସାଇଟିର ଜଣେ ବ୍ୟକ୍ତି ଗତକାଲି ତାଙ୍କୁ ଘର ନଛାଡିଲେ ରେପ୍‌ ଧମକ ଦେଇଥିବା ସେ ଭୁବନେଶ୍ୱରର ଏକ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ମହିଳା ଚିକିତ୍ସକଙ୍କ ଅଭିଯୋଗ କରିବାର କିଛି ସମୟ ପରେ ପ୍ରତିପକ୍ଷଙ୍କ ତରଫରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି । ପ୍ରତିପକ୍ଷ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଚିକିତ୍ସକ ଏଠାରେ ରହୁଥିବା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି ।

ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଦେଶ ଏବେ କରୋନା ଭାଇରସ୍‌ ସହ ଲଢ଼ୁଥିବା ବେଳେ ଡାକ୍ତରମାନେ ଏକ କଠିନ ସମୟ ଦେଇ ଗତି କରୁଛନ୍ତି । ସେମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ଚିକିତ୍ସା କରୁଥିବାରୁ ସେମାନଙ୍କୁ ଦୁର୍ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.