ଦିଲ୍ଲୀ ଫେରନ୍ତା ଅଭିଯୁକ୍ତ କରୋନା ପଜିଟିଭ୍, ପୁରୀ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ

ପୁରୀ: କ୍ୱାରେଣ୍ଟାଇନରେ ଥାନାର ସମସ୍ତ କର୍ମଚାରୀ । ପୁରୀ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ । ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେ କରୋନା ପଜିଟିଭ ହୋଇଥିବାରୁ ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ ରହିଛନ୍ତି । ଏହାସହ ଥାନାକୁ ମଧ୍ୟ ସାନିଟାଇଜ କରାଯାଇଛି ।

ଦିଲ୍ଲୀ ଫେରନ୍ତା ଅଭିଯୁକ୍ତର ଗତ ୫ତାରିଖରେ ସ୍ୱାବ ଟେଷ୍ଟ ହୋଇଥିଲା । ରିପୋର୍ଟ ପଜିଟିଭ ଆସିଥିବା ଜିଲ୍ଲାପାଳ କହିଛନ୍ତି । ଅଭିଯୁକ୍ତ ଜଣକ ନରେନ୍ଦ୍ରକୋଣ ଅଞ୍ଚଳର ହୋଇଥିବାରୁ ସେ ଅଞ୍ଚଳକୁ ମଧ୍ୟ ସାନିଟାଇଜ କରାଯିବ ବୋଲି କୁହାଯାଇଛି । କୁମ୍ଭାରପଡ଼ା ଥାନାରେ ବର୍ତ୍ତମାନ ନୂଆ ଅଧିକାରୀ ଓ କର୍ମଚାରୀ କାମ କରିବେ ।

Leave A Reply

Your email address will not be published.