କରୋନା ମାଡ଼ରେ ବିଶ୍ୱ ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ, କିନ୍ତୁ ଲାଭରେ ଇ-କମର୍ସ କମ୍ପାନୀ ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜସ୍

କୋଭିଡ୍‌-୧୯ ଯୋଗୁଁ ବିଶ୍ୱର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଛି । କେବଳ ସେତିକି ନୁହଁ ଅର୍ଥନୈତିକ ଅବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଛି । ବଡ଼ ମାନ୍ଦାବସ୍ଥା ଅଭିମୁଖେ ବିଶ୍ୱର ବିକଶିତ ଓ ବିକାଶଶୀଳ ରାଷ୍ଟ୍ରର ଅର୍ଥନୀତି । ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ IMF ୨୦୨୦ରେ ବିଶ୍ୱ ଅର୍ଥନୀତି ମାଇନ୍‌ସ ୩ ପ୍ରତିଶତକୁ ଆସିଯିବ ବୋଲି ଆକଳନ କରିଥିଲା । ୟୁରୋପ ଓ ଆମେରିକା ଭଳି ରାଷ୍ଟ୍ରର ଅଭିବୃଦ୍ଧି ମାଇନସକୁ ଖସିଯିବ ବୋଲି ଆକଳନ ହେଉଛି । ଶହ ଶହ କୋଟି ଟଙ୍କାର କ୍ଷତି ସହିଛନ୍ତି ବିଶ୍ୱର ବହୁ ବିଲିଅନାର୍‌ । ଲକ୍‌ଡାଉନ୍‌ ବେଳେ ସାରା ବିଶ୍ୱ ଇ-କମର୍ସ ଉପରେ ନିର୍ଭର କରୁଛି । ଏଭଳି ସ୍ଥିତିରେ ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜସ୍‌ଙ୍କୁ କିନ୍ତୁ ମୁନାଫା ମିଳିଛି । ତାଙ୍କର ୨୪ ବିଲିୟନ୍‌ ଡଲାର୍‌ ଅର୍ଥାତ ୧ ଲକ୍ଷ ୮୨ ହଜାର ୪ଶହ କୋଟିର ଲାଭ ହୋଇଛି । ଯେଉଁଠି ବିଶ୍ୱର ଶ୍ରେଷ୍ଟ ପାଞ୍ଚ ଶହ ଧନୀଙ୍କର ୫୫୩ ବିଲିଅନ୍‌ ଘାଟା ହୋଇଛି । ଅର୍ଥାତ ସେମାନେ ୪୨ ଲକ୍ଷ ୨୮ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.