କରୋନା କ୍ଷତିପୁରଣ ପାଇଁ ଚୀନ୍‌ ବିରୋଧରେ ୭ ଲକ୍ଷ ୪୮ ହଜାର କୋଟି ଟଙ୍କାର କେସ୍‌ ଫାଇଲ୍‌ କଲେ ଆମେରିକୀୟ ଓକିଲ

ସାରା ବିଶ୍ୱରେ କରୋନା ରୋଗର ସଂକ୍ରମଣ ଓ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ସାଡେ ତିନି ଲକ୍ଷ ଲୋକଙ୍କ ଆର୍ଥିକ ଭରଣା ପାଇଁ ଆମେରିକାର ଜଣେ ଓକିଲ ଚୀନ ବିରୋଧରେ ୨୦ ଟ୍ରିଲିୟନ୍‌ ୟୁଏସ୍‌ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୭୪୮,୦୦୦ କୋଟି ଟଙ୍କାର କ୍ଷତି ପୁରଣ ଦାବି କରିଛନ୍ତି ।

ଆମେରିକାର ଏହି ଓକିଲ ହେଲେ ଲାରି କ୍ଲେମ୍ୟାନ୍‌ । ସେ ଟେକ୍ସାସ୍‌ର ଏକ କୋର୍ଟରେ ଏହି କ୍ଷତିପୁରଣ ମକଦମ୍ମା ଦାୟର କରିଛନ୍ତି । ଦେଶ ବା ଜାତୀ ବିରୋଧରେ କରୋନା ଭାଇରସ୍‌ ଚୀନର ଏକ ଯୋଜନାବଦ୍ଧ ଯୁଦ୍ଧାସ୍ତ୍ର ।

ଏହାଦ୍ୱାରା ଚୀନ୍‌ କେବଳ ଆମେରିକୀୟ ନିୟମ ନୁହେଁ ସାରା ବିଶ୍ୱର ନିୟମ, ଲୋକଙ୍କ ସହାବସ୍ଥାନ ଓ ଜୀବନ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇଛି ବୋଲି ଲାରି ତାଙ୍କ ମକଦମ୍ମାରେ ଉଲ୍ଲେଖ କରିଛନ୍ତି ।

ଚୀନ ଏହି ସଂକ୍ରମଣ ଦ୍ୱାରା ମାନବ ସଭ୍ୟତାର ଅଶେଷ କ୍ଷତି କରିଛନ୍ତି । ସୁଚିନ୍ତିତ ଭାବରେ ନିଜକୁ କ୍ଷମତାଶାଳୀ କରିବାକୁ ସାରା ବିଶ୍ୱକୁ ଏଭଳି ବିପଦ ମୁହଁକୁ ଠେଲି ଦେଇଛନ୍ତି ବୋଲି ଲାରି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.