କରୋନା ଭାଇରସ

କେନ୍ଦ୍ରୀୟ ଗୋଦାମରେ ଥିବା ଅତିରିକ୍ତ ଚାଉଳକୁ ହ୍ୟାଣ୍ଡ ସାନିଟାଇଜରରେ ପରିଣତ କରିବା ପାଇଁ ନିର୍ଦ୍ଦେଶ ଦେଲେ ସରକାର

କେନ୍ଦ୍ରୀୟ ଗୋଦାମରେ ଥିବା ଅତିରିକ୍ତ ଚାଉଳରୁ ହ୍ୟାଣ୍ଡ ସାନିଟାଇଜର ତିଆରି କରିବା ପାଇଁ ଇଥାନଲରେ ପରିଣତ କରି ନିର୍ଗମନ ହ୍ରାସ ପାଇଁ ପେଟ୍ରୋଲରେ ମଧ୍ୟ ଯୋଗ କରାଯିବ ବୋଲି ସରକାର ଆଜି ଏକ ଆଦେଶରେ କହିଛନ୍ତି । ଦେଶରେ ଲକଡାଉନ ପରେ ଲକ୍ଷ ଲକ୍ଷ ଲୋକ ଅନାହାରରେ ଅଛନ୍ତି । ଗତ ମାସରେ କରୋନା ସହିତ ଲଢ଼ିବା ପାଇଁ ଦେଶରେ ଲକଡାଉନ୍ ଘୋଷଣା କରାଯାଇଥିଲା । ଯାହା ବର୍ତ୍ତମାନ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଅତିରିକ୍ତ ଚାଉଳକୁ ଏଫସିଆଇ ସହିତ ଇଥାନଲରେ ପରିଣତ କରିବାକୁ ସରକାର ଏହି ଯୋଜନାକୁ ଅନୁମୋଦନ କରିଛନ୍ତି ।

ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟି (NBCC)ର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନବିସିସିର ବୈଠକ ସୋମବାର ଅନୁମୋଦନ କରିଛି ଯେ ଏଫସିଆଇରେ ଉପଲବ୍ଧ ଥିବା ଚାଉଳକୁ ଇଥାନଲରେ ପରିଣତ କରାଯାଇପାରିବ । ଯାହାଦ୍ୱାରା ଆଲକହଲ ଆଧାରିତ ସାନିଟାଇଜର ଉତ୍ପାଦନ ହୋଇପାରିବ ଏବଂ ଏହା ଇଥାନଲ ମିଶ୍ରିତ ପେଟ୍ରୋଲ ପ୍ରୋଗ୍ରାମରେ ବ୍ୟବହାର କରାଯାଇପାରିବ ।

ଯେତେବେଳେ ଲକ୍-ଡାଉନ୍ ଆରମ୍ଭ ହେଲା, ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ଆଗାମୀ ତିନି ମାସ ପାଇଁ ଗରିବ ଲୋକଙ୍କୁ ଖାଇବାକୁ ଦେବେ ଏବଂ ଅତିରିକ୍ତ ଖାଦ୍ୟ ଯୋଗାଇଦେବେ । କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ କିଲୋଗ୍ରାମ ମାଗଣା ଚାଉଳ କିମ୍ବା ଡାଲି ଦିଆଯିବ ଏବଂ କେହି ଭୋକରେ ରହିବେ ନାହିଁ। । ଜନସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ପ୍ରତ୍ୟେକ ସ୍ୱଳ୍ପ ଆୟକାରୀ ପରିବାର ପାଇଁ ଏହି ସହାୟତା ଯୋଗାଇ ଦିଆଯିବ କିନ୍ତୁ ଅଧିକାଂଶ ପ୍ରବାସୀଙ୍କ ପାଇଁ ଏହା ଉପଲବ୍ଧ ନୁହେଁ କାରଣ ସେମାନେ ଯେଉଁଠାରେ କାମ କରନ୍ତି ସେଠାରେ ରାସନ କାର୍ଡ ବହନ କରନ୍ତି ନାହିଁ । ଏପରି ଅନେକ ଲୋକ ଅଛନ୍ତି, ଯାହାର ରାସନ କାର୍ଡ ମଧ୍ୟ ନାହିଁ । ଏହିପରି ଲୋକଙ୍କ ସଂଖ୍ୟା ପ୍ରାୟ ୫୦ ଲକ୍ଷ ବୋଲି ଆକଳନ କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଏହିପରି ସମସ୍ତ ଲୋକଙ୍କୁ ଖାଦ୍ୟ ଦିଆଯିବା ଉଚିତ୍ ।

KNews Bureau

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

4 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

12 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

30 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

32 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago