ଆଜି ରାଜ୍ୟରେ ସୁସ୍ଥ ହେଲେ ୧୨୯୭ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୪୨

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ସୋମବାର ରାଜ୍ୟରେ ମୋଟ୍‌ ୧୨୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟରରୁ ପ୍ରକାଶ ପାଇଛି ।

ସେହିପରି ମୟୁରଭଞ୍ଜରୁ ୧୩୩ ଜଣ, କଟକ ୧୧୧, ବାଲେଶ୍ୱର ୧୦୦, ଅନୁଗୁଳ ୭୬, ସୁନ୍ଦରଗଡ଼ ୭୪, ଜଗତସିଂହପୁର ୬୭, କେନ୍ଦ୍ରପଡ଼ା ୬୨, ପୁରୀ ୫୨, ବଲାଙ୍ଗିର ୪୩, ବରଗଡ଼ ୪୦, କଳାହାଣ୍ଡି ୩୭, ସମ୍ବଲପୁର ୩୬, କେଉଁଝର ୩୪, ଭଦ୍ରକ ଓ ନୂଆପଡ଼ା ୩୨ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଯାଜପୁର ଓ ନବରଙ୍ଗପୁରରୁ ୩୦ ଜଣ ଲେଖାଏଁ, ଢ଼େଙ୍କାନାଳ ୨୦, କନ୍ଧମାଳ ଓ କୋରାପୁଟ ୧୮ ଲେଖାଏଁ, ନୟାଗଡ଼ ୧୫, ଗଞ୍ଜାମ ଓ ଝାରସୁଗୁଡା ୧୪ ଲେଖାଏଁ , ମାଲକାନ୍‌ଗିରି ୧୦, ବୈାଦ୍ଧ ଓ ଗଜପତି ୭ ଲେଖାଏଁ ଓ ସୋନପୁରରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏଥିସହ ଦେଓଗଡ଼ ଓ ରାୟଗଡ଼ାରୁ ୦୪ ଜଣ ଲେଖାଏଁ ଓ ରାଜ୍ୟ ପୁଲ୍‌ରୁ ୩୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୨୯୯୧୫୯ ରେ ପହଞ୍ଚିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.