ଆଜି ରାଜ୍ୟରେ ସୁସ୍ଥହେଲେ ୨୦୧୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୯

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ରାଜ୍ୟରେ ମୋଟ୍ ୨୦୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟରରୁ ପ୍ରକାଶ ପାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୧୧୫କୁ ବୃଦ୍ଧି ହୋଇଛି।


ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୬୪ ଜଣ, ମୟୂରଭଂଜ ଜିଲ୍ଲାରୁ ୧୦୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୨ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୯୯ ଜଣ, କେନ୍ଦୁଝର ଜିଲ୍ଲାରୁ ୮୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୬ ଜଣ, ବରଗଡ଼ ଜିଲ୍ଲାରୁ ୭୯ ଜଣ, ଯାଜପୁର ଜିଲ୍ଲାରୁ ୭୫ ଜଣ, ଅନୁଗୁଳ, ନବରଂଗପୁର ଜିଲ୍ଲାରୁ ୭୩ ଜଣ ଲେଖାଏଁ, ବାଲେଶ୍ୱର ଜିଲ୍ଲାରୁ ୭୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୬୫ ଜଣ, ନୟାଗଡ଼ ଜିଲ୍ଲାରୁ ୬୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଳାରୁ ୬୧ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ସେହିପରି ପୁରୀ ଜିଲ୍ଲାରୁ ୪୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୬ ଜଣ, ନୂଆପଡ଼ା ଜିଲ୍ଲାରୁ ୪୩ ଜଣ, ଭଦ୍ରକ ଜିଲ୍ଲାରୁ ୪୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୮ ଜଣ, କୋରାପୁଟ ଜିଲ୍ଲାରୁ ୩୦ ଜଣ, ମାଲକାନଗିରି ଜିଲ୍ଲାରୁ ୨୯ ଜଣ, କନ୍ଧମାଳ ଜିଲ୍ଲାରୁ ୨୭ ଜଣ, ଗଂଜାମ ଜିଲ୍ଲାରୁ ୨୨ ଜଣ, ବୌଦ୍ଧ ଜିଲ୍ଲାରୁ ୧୮ ଜଣ, ଦେବଗଡ଼ ଜିଲ୍ଲାରୁ ୧୫ ଜଣ, ରାୟଗଡ଼ା ଜିଲ୍ଲାରୁ ୭ ଜଣ ଓ ରାଜ୍ୟପୁଲରୁ ୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.