ଭୁବନେଶ୍ଵରରେ ଆଜି ୩୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୮ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରୁ ଆଜି ୩୫୪ ଜଣ କରୋନା ପଜିଟିଭ ଚିହ୍ନଟ। ଏଥିରେ ୧୦୮ କ୍ବରେଣ୍ଟାଇନ ଓ ୨୪୬ ଜଣ ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ ଜରିଆରେ ଏହି ସୂଚନା ଦେଇଛି ବିଏମସି । ଅନ୍ୟ ପକ୍ଷରେ ଭୁବନେଶ୍ୱରରୁ ଆଜି ୩୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
କ୍ବାରେଣ୍ଟାଇନରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଶୈଳଶ୍ରୀ ବିହାର, ପଟିଆ, ଚନ୍ଦ୍ରଖେଖରପୁର, ବରମୁଣ୍ଡା, ମଂଚେଶ୍ୱର, ନୟାପଲ୍ଲୀ ଇତ୍ୟାଦି ସ୍ଥାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 4th Oct 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/7sN3TKWjcj— BMC (@bmcbbsr) October 4, 2020
ସେହିପରି ଲୋକାଲ କଣ୍ଟାକ୍ଟ କେସ୍ ଯୋଗୁଁ ଆଜି ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ପଟିଆ, ମଂଚେଶ୍ୱର, ଡୁମଡୁମା, ପୁରୁଣା ଭୁବନେଶ୍ୱର, ଝାରପଡ଼ା, ଆଚାର୍ୟ୍ୟ ବିହାର, ୟୁନିଟ-୪, ପୋଖରିପୁଟ, ବମିଖାଲ, ଭୀମପୁର, ସାମନ୍ତରାପୁର, ଶୈଳଶ୍ରୀ ବିହାରରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।