ରାଜ୍ଯରେ ପୁଣି ୯୬ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ଯା ୧୮୧୯କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୯୬ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ ରେ ପହଁଚିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୯୬ କରୋନା ପଜିଟିଭଙ୍କ ଭିତରୁ ଗଞ୍ଜାମରୁ ୬, ଯାଜପୁରରୁ ୬,ବାଲେଶ୍ବରରୁ ୪,ଖୋର୍ଦ୍ଧାରୁ ୯,ଭଦ୍ରକରୁ ୭, କଟକରୁ ୬,ପୁରୀରୁ ୧,କେନ୍ଦ୍ରାପଡାରୁ ୧୦,ବଲାଙ୍ଗୀରରୁ ୭, ଜଗତସିଂହପୁରରୁ ୬,ନୟାଗଡରୁ ୧,ସୁନ୍ଦରଗଡରୁ ୭,ଦେଓଗଡରୁ ୪,କେନ୍ଦୁଝରରୁ ୧,କଳାହାଣ୍ଡିରୁ ୫,ଗଜପତିରୁ ୧୦,ନୂଆପଡାରୁ ୪ ଓ ଢେଙ୍କାନାଳରୁ ୨ଜଣ ଚିହ୍ନଟ ହୋଇଛନ୍ତି ।

96

ସମୁଦାୟ ୧୮ଟି ଜିଲ୍ଲାରୁ ଏହି ନୂଆ ୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ା ଓ ଗଜପତିରୁ ସର୍ବାଧିକ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷେ ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଶହ ପାର କରିଛି । ସୂଚନା ଥାଉକି, ରାଜ୍ୟରେ ଏବେ ଆକ୍ଟିଭ୍‌ କେସ୍‌ ୮୩୩ ଥିବା ବେଳେ ୯୭୭ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କ ମୃତ ହୋଇ ସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.