ଭଦ୍ରକ: କ୍ୱାରେଣ୍ଟାଇନ ସେଣ୍ଟରରେ ପୁଣି ଜଣଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଭଦ୍ରକ: କ୍ୱାରେଣ୍ଟାଇନ ସେଣ୍ଟରରେ ପୁଣି ଜଣଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି ଭଦ୍ରକ କୋର୍କରା ଗାଁର ରାଧାଶ୍ୟାମ ପାଣି । ଗତକାଲି ରାତିରେ ସେ କୋଲାକାତାରୁ ଫେରି ନିଜ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ତେବେ ଆଜି ଭୋରରୁ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି, ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ପହଁଚି ତଦନ୍ତ ଆରମ୍ଭ କରିଥିବା ସହ ଶବକୁ ବ୍ଯବଚ୍ଛେଦ ପାଇଁ ପଠାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.