କରୋନା ଭାଇରସ

ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀ : କହିଲେ ବମିଖାଲରୁ ବାହାରିଲେ ଆଉ ଜଣେ ପଜେଟିଭ୍‌, ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତକାଲି ରାଜ୍ୟରେ କୌଣସି ପଜେଟିଭ୍‌ ଚିହ୍ନଟ ହୋଇ ନଥିଲେ । ତେବେ ଗୋଟିଏ ଦିନର ବିରାମ ପରେ ଆଜି ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି । ଆଜି ଜଣେ ବମିଖାଲ ଅଞ୍ଚଳର ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନମୂନା କରୋନା ପଜେଟିଭ ଆସିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ ବମିଖାଲ ଲିଙ୍କରେ ସଂକ୍ରମିତ ହୋଇଛନ୍ତି।

ଆଜିରର ପ୍ରେସ୍‌ ମିଟ୍‌ରେ ସେ ବିଷୁବ ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ ବାର୍ତ୍ତା ଜଣାଇବା ସହ ରାଜ୍ୟରେ ଅଙ୍ଗନବାଡ଼ି କର୍ମୀମନେ କରୋନା ଯୁଦ୍ଧରେ ନିଜକୁ କିଭଳି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ କରିଛନ୍ତି ସେ ସମ୍ପର୍କରେ କହିଥିଲେ। ସେଥିପାଇଁ ଦୁଇ ଜଣ କର୍ମୀଙ୍କୁ ସମ୍ମାନିତ କରାଯିବା କଥା କହିଛନ୍ତି । ସେମାନେ ହେଲେ ହିଞ୍ଜିଳିକାଟୁର ରମା ସାହୁ। ଯିଏ କର୍କଟ ରୋଗକୁ ଜୟ କରିବା ସହ ନିର୍ୟାୟ ପିଲାଙ୍କୁ ପାଳିଛନ୍ତି । ଆଉଜଣେ ହେଲେ କୋରାପୁଟ ଦଶମନ୍ତପୁରର ।

ଅଙ୍ଗନବାଡ଼ି କର୍ମୀଙ୍କ କରୋନା ଲଢ଼େଇ

ଶଶୁ ଓ ମାତୃ କଲ୍ୟାଣ ବିଭାଗ ସଚିବ ଅନୁଗର୍ଗ କହିଥିଲେ ଯେ ରାଜ୍ୟରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଥିଲେ ବି ୭୨,୫୦୦ କର୍ମୀ ଏବେ ବି କାମ କରୁଛନ୍ତି । ସେମାନଙ୍କ ହାତ ବନ୍ଦ ହୋଇ ନାହିଁ । ସେମାନେ କରୋନା ଲଢ଼େଇରେ ଜଣେ ଜଣେ ସୈନିକ ଭଳି ଲଢ଼େଇ କରୁଛନ୍ତି । ଘରେ ଘରେ ଖାଦ୍ୟ ଯୋଗାଉଛନ୍ତି । ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ କାମରେ ଯୋଗଦାନ କରୁଛନ୍ତି । ଏହି କଷ୍ଟକର ସମୟରେ ସେମାନଙ୍କ ଅବଦାନ ଅତୁଳନୀୟ ।
ସେହିପରି ବରିଷ୍ଠ ପ୍ରଶାସିକା ଯାମିନୀ ଷଡ଼ଙ୍ଗୀ ସ୍ୱାସ୍ଥ୍ୟ ବିଭାଗ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଔଷଧ ନିଗମକୁ ପ୍ରଶଂସା କରିଛନ୍ତି ରାଜ୍ୟ ସରକାର । କରୋନା ଲଢ଼େଇରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ନିଗମ । ମେଡିକାଲ କଲେଜ ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଉଛି ନିଗମ । ସମସ୍ତ ଡାକ୍ତରଖାନାକୁ ମାସ୍କ ସହ ମେଡିସିନ ଯୋଗାଇ ଦିଆଯାଉଛି । ରାଜ୍ୟରେ ୩୯ଟି ପଣ୍ୟାଗାର ଓ ଭୁବନେଶ୍ୱରରେ ଗୋଟିଏ କେନ୍ଦ୍ରୀୟ ଷ୍ଟୋରେଜର ବ୍ୟବସ୍ଥା କରାଯାଇଛି । ଏବେ ୫ ମାସ ପାଇଁ ଔଷଧ ଓ ସରଞ୍ଜାମ ମହଜୁଦ ରହିଛି । ଆହୁରି ୪ ମାସ ପାଇଁ କେନ୍ଦ୍ରକୁ ମଗାଯାଇଛି । କରୋନା ପାଇଁ ୨୯୯ ଆଇସିୟୁ ବ୍ୟବସ୍ଥା ହୋଇଥିବା ବେଳେ ୫୭ଟି ଆଇସିୟୁ ଭେଣ୍ଟିଲେଟର କରାଯାଇଥିବା କହିଛନ୍ତି ରାଜ୍ୟ ସରକାର ।

KNews Bureau

Recent Posts

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

1 hour ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

2 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

2 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

2 hours ago

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

3 hours ago

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

4 hours ago