ଆଜିଠୁ ବରଗଡ଼ ଜିଲ୍ଲା ସଟଡାଉନ୍, କରୋନା ପଜିଟିଭ ସଂଖ୍ୟା ବଢିଚାଲିଥିବାରୁ ଅଗଷ୍ଟ ୩ଯାଏ ବଳବତ୍ତର ରହିବ କଟକଣା

ବରଗଡ଼: ଆଜିଠୁ ତିନିଦିନ ପାଇଁ ବରଗଡ଼ ଜିଲ୍ଲା ସଟଡାଉନ ଘୋଷିତ। ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି। ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢିଚାଲିଥିବାରୁ ଅଗଷ୍ଟ ୩ତାରିଖ ଯାଏ ସଟଡାଉନ ଘୋଷଣା କରାଯାଇଛି। ତେବେ ସକାଳ ୬ଟାକୁ ୯ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଏହା ପରେ ସଟଡାଉନ କଡ଼ାକଡ଼ି ପାଳନ ହେବ ବୋଲି କୁହାଯାଇଛି। ଚାଷକାର୍ଯ୍ୟ ପାଇଁ ବ୍ୟବହାର ଦେବାକୁ ଥିବା ବିହନ, ସାର, କୀଟନାଶକ ଔଷଧ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ।

Leave A Reply

Your email address will not be published.