ଭଦ୍ରକ ପୌରପାଳିକାର ୩୦ରୁ ୧୨ଟି ଓ୍ବାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, କେହିବି ସହରକୁ ନ ଆସିବା ଲାଗି ଜିଲ୍ଲାପାଳଙ୍କ ନିବେଦନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ।  ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୧ରେ ପହଞ୍ଚିଛି। ଏହା ସହିତ ୧୪୩ ଜଣ ଆକ୍ଟିଭ୍ କେସ୍ ବିଭିନ୍ନ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ପୌରପାଳିକାର ୩୦ରୁ ୧୨ଟି ଓ୍ବାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ, ଭଦ୍ରକ ପୌରପାଳିକାର ଏହି ୧୨ଟି ଓ୍ବାର୍ଡ ହେଲା ୩, ୬, ୭, ୯, ୧୩, ୧୪, ୧୫, ୧୬, ୧୭, ୧୮, ୨୨ ଓ ୨୮। ଏନେଇ ଗତକାଲି ବିଳମ୍ବିତ ରାତିରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ସହରକୁ ନ ଆସିବା ଲାଗି ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.