ଭଦ୍ରକ ସାହସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ୧୪ ଦିନ ପାଇଁ ବଢିଲା ଲକ୍ଷ୍ମୀଦାସପୁର ପଞ୍ଚାୟତର କଣ୍ଟେନମେଣ୍ଟ ଅବଧି

ଭଦ୍ରକ: ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ଜିଲ୍ଲାରେ ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ଜଣ ପଶ୍ଚିମବଙ୍ଗ ଫେରନ୍ତା । ଗତକାଲି ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବାସୁଦେବପୁର ଓ ଅନ୍ୟ ଜଣେ ଧାମନଗର ବ୍ଲକର । ସେମାନେ କୋଲକାତା ଫେରନ୍ତା । ପଜିଟିଭ୍‌ ଚିହ୍ନଟ ପରେ ଧାମନଗର ବ୍ଲକ ସାହସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେପଟେ ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତର କଣ୍ଟେନମେଣ୍ଟ ଅବଧିକୁ ପ୍ରଶାସନ ପକ୍ଷରୁ ୧୪ ଦିନ ପାଇଁ ବଢ଼ାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.