ଅରେଞ୍ଜ ଜୋନରେ‌ ଖୋର୍ଦ୍ଧା ଜିଲ୍ଲା ରହିଥିବାବେଳେ ଭୁବନେଶ୍ବରକୁ ରଖାଗଲା ରେଡ୍‌ ଜୋନ୍‌ରେ, ଜାଣନ୍ତୁ କାହିଁକି ?

ଭୁବନେଶ୍ବର : ଗତକାଲିଠାରୁ ‌କରୋନା ପାଇଁ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍। ତେବେ ଏହି ସମୟରେ କେନ୍ଦ୍ର ସରକାର ସାରା ଦେଶକୁ ୩ଟି ଜୋନ୍‌ରେ ବିଭକ୍ତ କରିଛନ୍ତି। ରାଜ୍ଯ ଗୁଡିକରେ ରହିଥିବା ବିଭିନ୍ନ ଜିଲ୍ଲାକୁ ମଧ୍ଯ ୩ଟି ଜୋନ୍‌ରେ ଭାଗ କରାଯାଇଛି।  ଏହି ସବୁ ଭିତରେ ଓଡିଶାର ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିଥିବା ବେଳେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ରେଡ୍‌ ଜୋନ୍‌ରେ ରହିଛି। ତେବେ ଲୋକମାନଙ୍କୁ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବନ୍ଦରେ ପକାଇଛି। ତେବେ ଲୋକମାନଙ୍କ ମନରେ ଥିବା ଏହି ଦ୍ବନ୍ଦ୍ବକୁ ଦୂର କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।

srcଶ୍ରୀ ଜେନା କହିଛନ୍ତି କି, ରେଡ୍ ଜୋନ୍ ପାଇଁ ୪ଟି ଜିନିଷ ଗୁରୁତ୍ବପୂର୍ଣ୍ଣ। ପ୍ରଥମତଃ ସକ୍ରିୟ କରୋନା ଆକ୍ରାନ୍ତ, ସଂକ୍ରମିତ ବ୍ୟକ୍ତିଙ୍କ ଦ୍ବିଗୁଣିତ ହାର , କୋଭିଡ ନମୁନା ପରୀକ୍ଷା ଓ ଯାଞ୍ଚପାଇଁ ଗୋଟିଏ ଜିଲ୍ଲାକୁ ରେଡ୍ ଜୋନ୍‌ ଘୋଷଣା କରାଯାଇ ପାରିବ। ହେଲେ ରାଜଧାନୀ ଭୁବନେଶ୍ବରରେ ଲୋକସଂଖ୍ୟା ଅଧିକ । ଗତ ୨୧ଦିନ ଭିତରେ ଏଠାରେ ୧୫ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗତ ଏକ ସପ୍ତାହ ଭିତରେ ରାଜଧାନୀରେ ଜଣେ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ବରକୁ ରେଡ୍ ଜୋନ୍‌ରେ ସାମିଲ କରିଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.