ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା BMC, ଟିକା ପ୍ରଦାନରେ ଭୁବନେଶ୍ୱର ରାଜ୍ୟର ପ୍ରଥମ ସହର

ଭୁବନେଶ୍ବର(କେନ୍ଯୁଜ୍): ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା BMC। ଜାନୁୟାରୀ ୨୦ ତାରିଖ ସୁଦ୍ଧା ୨୯ଲକ୍ଷ ୨ହଜାର ୩୦୯ ଡୋଜ୍ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୫ଲକ୍ଷ ୮ହଜାର ୮୮୪ଜଣ ପ୍ରଥମ ଡୋଜ୍ ନେଇଛନ୍ତି।
୧୩ଲକ୍ଷ ୫୬ହଜାର ୪୬୫ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି। ୧୫ରୁ ୧୮ ବର୍ଷ ବୟସ ବର୍ଗରେ ବର୍ତ୍ତମାନ ସୁଦ୍ଧା ୪୪ହଜାର ୯୫୫ ଜଣ ପ୍ରଥମ ଡୋଜ୍ ଟିକା ଗ୍ରହଣ କରିଛନ୍ତି। ଏତେ ସଂଖ୍ୟକ ଟିକା ପ୍ରଦାନରେ ଭୁବନେଶ୍ୱର ରାଜ୍ୟର ପ୍ରଥମ ସହର।