ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବା ପାଇଁ ପୁଣି ଆରମ୍ଭ ହେଲା କଟକଣା । ଏନେଇ ଆକ୍ସନ୍ ମୁଡରେ ବିଏମସି । ଭୁବନେଶ୍ୱର ୟୁନିଟ୍-୪ ମାର୍କେଟ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି । ତେବେ ଉକ୍ତ ଅଞ୍ଚଳରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାରୁ, ସୁରକ୍ଷାକୁ ନଜରରେ ରଖି ଏଭଳି କଡା ପଦକ୍ଷପ ଗ୍ରହଣ କରିଛି ବିଏମସି ।