ଲୋଖଣ୍ଡୱାଲାରେ କରୋନା ଆକ୍ରାନ୍ତ ଠାବ୍‍ ହେବା ପରେ, ସିଲ୍‍ ହୋଇଗଲା ଏହି ସେଲିବ୍ରିଟିଙ୍କ ସଂପୂର୍ଣ୍ଣ ବିଲିଡିଂ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଆହାନା କୁମାର ଏବଂ ଅଭିନେତା ସୁଶାନ୍ତ ସିଂ ରହୁଥିବା ଲୋଖଣ୍ଡୱାଲା ଅଂଚଳରେ ଜଣେ କରୋନା ସଂକ୍ରମିତ ଠାବ ହେବା ପରେ ସଂପୂର୍ଣ୍ଣ ଅଂଚଳ ଏବଂ ବିଲିଡିଂକୁ ସିଲ୍‍ କରିଦିଆଯାଇଛି । ଅଭିନେତ୍ରୀ ଆହାନା ଏହି ବିଲିଡିଂରେ ନିଜ ମାତାପିତାଙ୍କ ସହିତ ରହୁଥିବା ବେଳେ ଲକଡାଉନ ସମୟରେ ସେ ଘାଟକୋପର ଅଂଚଳରେ ନିଜ ଭଉଣୀଙ୍କ ଘରେ ରହୁଛନ୍ତି । ଆହାନ ନିଜ ବିଲିଡିଂରେ ରହୁଥିବା ମାତାପିତାଙ୍କ ପାଇଁ ଚିନ୍ତିତ ରହିଛନ୍ତି । ତାଙ୍କ ବାପାଙ୍କ ଡାଇବେଟିଜ ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡିବାରୁ ସେ ଚିନ୍ତିତ ରହିଛନ୍ତି ।

ahana

ସେହିପରି ସେହି ବିଲିଡିଂରେ ଅଭିନେତା ସୁଶାନ୍ତ ସିଂ ରହୁଛନ୍ତି । ସରକାର ଦେଇଥିବା ନିର୍ଦ୍ଦେଶକୁ ସେମାନେ ପାଳନ କରୁଛନ୍ତି । ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ବିଲିଡିଂର ଗେଟରୁ ହିଁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.