କରୋନା ଭାଇରସ

ଲକ ଡାଉନରେ ଉଠାଇ ପାରୁନାହାଁନ୍ତି କି ଟଙ୍କା ? ଏବେ ବ୍ୟାଙ୍କ୍ ଆପଣଙ୍କ ଘରେ ପହଞ୍ଚାଇବ କ୍ୟାସ୍ ଜାଣନ୍ତୁ କିପରି

ଦେଶରେ କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକ୍ ଡାଉନ୍ କାରଣରୁ ସରକାର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅତି ଆବଶ୍ୟକ ନଥିଲେ ଲୋକମାନଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି । ତେବେ ଯଦି ଆପଣ ବି ଲକ୍ ଡାଉନ୍ କାରଣରୁ ATM ରୁ କ୍ୟାସ୍ ବାହାର କରିପାରୁନାହାଁନ୍ତି ତାହେଲେ ଏବେ ଆପଣଙ୍କ ସମସ୍ୟାର ସମାଧାନ କରିବ ବ୍ୟାଙ୍କ୍ । ଆଜ୍ଞା ହଁ ଯଦି ଆପଣ ATM ଯାଇ ଟଙ୍କା ବାହାର କରିପାରୁନାହାଁନ୍ତି ତାହେଲେ ବର୍ତ୍ତମାନ ବ୍ୟାଙ୍କ୍ ଆପଣଙ୍କ ଘରେ ପହଞ୍ଚାଇବ ଟଙ୍କା ।

ସୂଚନା ଅନୁଯାୟୀ SBI, HDFC, ICICI ଓ AXIS ବ୍ୟାଙ୍କ୍ ସମେତ ଅନେକ ଗୁଡିଏ ବ୍ୟାଙ୍କ୍ ବର୍ତ୍ତମାନ୍ ଆପଣଙ୍କ ପାଇଁ ଏହି ସୁବିଧା ଆଣିଦେଇଛି । ଏହି ସୁବିଧା ଖାସ୍ କରି ଦିବ୍ୟାଙ୍ଗ, ବୃଦ୍ଧ ଏବଂ ବିଶେଷ ପଞ୍ଜୀକରଣ କରିଥିବା ଗ୍ରାହକଙ୍କ ପାଇଁ ଉପଲବ୍ଧ । ଯାହାଦ୍ୱାରା ଆପଣଙ୍କ ଘରକୁ ବ୍ୟାଙ୍କ୍ ତରଫରୁ କ୍ୟାସ୍ ଡେଲିଭରି କରାଯିବ । ଆପଣଙ୍କୁ କେବଳ ନିଜର ଅନୁରୋଧ ବ୍ୟାଙ୍କ୍ ପର୍ଯ୍ୟନ୍ତ ପହଞ୍ଚାଇବାର ଅଛି । ଏହାପରେ ବ୍ୟାଙ୍କ୍ କର୍ମଚାରୀ ଆସି ଆପଣଙ୍କ ଘରେ କ୍ୟାସ୍ ପହଞ୍ଚାଇବେ । ଟଙ୍କା ଉଠାଇବା ବ୍ୟତୀତ ଆପଣ ଟଙ୍କା ଜମା କରିବା ପାଇଁ ମଧ୍ୟ ଏହି ସୁବିଧାର ଲାଭ ଉଠାଇ ପାରିବେ ।

SBI ଓ ଦେଶର ଅନେକ ବଡ ବଡ ପ୍ରାଇଭେଟ ବ୍ୟାଙ୍କ୍ ଗୁଡିକ ଏହି ଭଳି ସୁବିଧା ଉପଲବ୍ଧ କରାଉଛନ୍ତି ଏବଂ କିଛି ସର୍ତ୍ତ ସହିତ ଗ୍ରାହକଙ୍କ ନିକଟକୁ ହୋମ ଡେଲିଭରି କରାଯାଉଛି । ଯଦିଓ ଏଥିପାଇଁ ଖାତାଧାରକଙ୍କୁ କିଛି ଶୁଳ୍କ ଦେବାକୁ ପଡିବ । SBIର ଗ୍ରାହକମାନଙ୍କୁ ଡୋରଷ୍ଟେପ୍ ସୁବିଧା ପାଇଁ 100 ଟଙ୍କା ଶୁଳ୍କ ଦେବାକୁ ପଡିବ ଏବଂ ଏହା ଉଠାଯାଇଥିବା ଟଙ୍କାର ପରିମାଣ ଉପରେ ନିର୍ଭର କରିଥାଏ ।

ସେହିଭଳି HDFC ମଧ୍ୟ ନିଜର ଗ୍ରାହକ ମାନଙ୍କ ପାଇଁ ଏହି ସୁବିଧା ଆଣିଦେଇଛି । ଏହାଦ୍ୱାରା ଆପଣ 5000 ରୁ 25,000 ପର୍ଯ୍ୟନ୍ତ ଟଙ୍କା ଘରକୁ ମଗାଇ ପାରିବେ କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ଶୁଳ୍କ ଦେବାକୁ ପଡିବ । ତେବେ ICICI ଓ AXIS ବ୍ୟାଙ୍କ୍ ମଧ୍ୟ ଏହି ସୁବିଧା ଉପଲବ୍ଧ କରାଉଛନ୍ତି । ଏବେ ଆପଣ ଘରେ ବସି ବ୍ୟାଙ୍କରୁ ଟଙ୍କା ଉଠାଇପାରିବେ । ଏହା ବ୍ୟତୀତ ଆପଣ ଘରେ ବସି ଲୋନ୍ ମଧ୍ୟ ଆପ୍ଲାଇ କରିପାରିବେ । କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କ୍ ଏଭଳି ନିଷ୍ପତ୍ତି ନେଇଛି ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗକୁ ଅଧିକରୁ ଅଧିକ ବ୍ୟବହାର କରିବା ପାଇଁ ବ୍ୟାଙ୍କ୍ ଲୋକମାନଙ୍କୁ ଅନୁରୋଧ କରିଛି ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago