ଅତି ସାମାନ୍ୟ କରୋନା ଲକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍, ଜାଣନ୍ତୁ କଣ

ଅତି ସାମାନ୍ୟ କରୋନା ଲକ୍ଷଣଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍‌। ଏଣିକି ସେମାନଙ୍କ ପାଖରେ ହୋମ୍‌ ଆଇସୋଲେସନ୍‌ର ବିକଳ୍ପ ରହିବ। କିଛି ସର୍ତ୍ତ ସହ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପୂର୍ବ ଗାଇଡଲାଇନରେ ପରିବର୍ତ୍ତନ ଆଣିଛି। ଅତି ସାମାନ୍ୟ ଲକ୍ଷଣ ଥିବା ରୋଗୀ ମେଡିକାଲ ଅଫିସରଙ୍କ ତତ୍ତ୍ୱାବଧାନରେ ହୋମ୍‌ ଆଇସୋଲେସନରେ ରହିବେ। ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସେମାନେ ଜିଲ୍ଲା ସର୍ଭେଲାନ୍ସ ଅଧିକାରୀଙ୍କୁ ସମୟ ଅନୁସାରେ ଜଣାଇବେ । ଯାହା ଦ୍ୱାରା ସର୍ଭେଲାନ୍ସ ଟିମ୍‌ ତାଙ୍କ ଉପରେ ରଖିପାରିବେ ନଜର ।

ଆକ୍ରାନ୍ତ ଏକାନ୍ତବାସରେ ରହିବା ସହ ଓ ଘରେ ପରିବାର ଲୋକ କ୍ୱାରେଣ୍ଟାଇନରେ ରହି ପାରିବା ଭଳି ସୁବିଧା ଥିବା ଦରକାର। ୨୪ ଘଣ୍ଟା ନିୟୋଜିତ ରହିବେ ଜଣେ କେୟାର ଟେକର୍‌ । ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ଓ କେୟାର ଟେକର ମେଡିକାଲ ଅଫିସରଙ୍କ ପରାମର୍ଶକ୍ରମେ ପ୍ରତିଷେଧକମୂଳକ ସ୍ୱରୂପ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଖାଇବେ ।

ଡାଉନ୍‌ଲୋଡ୍‌ କରିବେ ଆରୋଗ୍ୟ ସେତୁ ଆପ୍‌ ଏବଂ ସେଲ୍‌ଫ ଆଇସୋଲେସନ୍‌ ଫର୍ମ ପୂରଣ କରିବେ । ଏଥିସହ ଅତି ସମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତ ହୋମ୍‌ କ୍ୱାରେଣ୍ଟାଇନ ଗାଇଡଲାଇନକୁ ପାଳନ କରିବେ। ପୂର୍ବରୁ ଏଭଳି ଆକ୍ରାନ୍ତ କୋଭିଡ୍‌ କେୟାର ସେଣ୍ଟର, କୋଭିଡ୍‌ ହେଲ୍‌ଥ ସେଣ୍ଟର କିମ୍ବା କୋଭିଡ୍‌ ହସ୍ପିଟାଲରେ ରହୁଥିଲେ । କିନ୍ତୁ ଏବେ ସେମାନଙ୍କ ପାଖରେ ହୋମ୍‌ ଆଇସୋଲେସନ୍‌ର ବିକଳ୍ପ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.