ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁବରଣ କରିଥିଲେ ପରିବାରକୁ ମିଳିବ ୫୦ହଜାର ଟଙ୍କା ସହାୟତା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ଯୁଜ୍): କରୋନାରେ ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁବରଣ କରିଥିବା କୋଭିଡ୍‌ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଏସ୍‌ଓପି ଜାରି କରିବେ। ୩୦ଦିନ ଭିତରେ ଆତ୍ମହତ୍ୟା କରିଥିବା ଓ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ସେ ଦୃଷ୍ଟିରୁ ରାଜ୍ୟରେ କୋଭିଡ୍‌ ମୃତ୍ୟୁ ସଂଖ୍ୟାରେ ଏ ସବୁକୁ ସାମିଲ କରାଯିବ। ଫଳରେ ରାଜ୍ୟରେ ମୋଟ କୋଭିଡ୍‌ ଡେଥ୍‌ ସଂଖ୍ୟା ବଢିବ। ଏହି କ୍ରାଇଟେରିଆ ଭିତରେ ଯେଉଁମାନେ ରହିଛନ୍ତି ସେମାନେ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.