କୋଭିଡରେ ସଂକ୍ରମିତ ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରିବୁଝିଛନ୍ତି । ଏଥିସହ ଦୁଇ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । 

ସେହିପରି ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ କୋଭିଡ ଯୋଦ୍ଧାଙ୍କ ସହ ଟେଲଫୋନରେ କଥା ହେବା ସହ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ପଚାରି ବୁଝିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉତ୍ସର୍ଗୀକୃତ ସେବାର ଉଚ୍ଚ ପ୍ରଶଂସା କରିଛନ୍ତି । ରାଜ୍ୟର ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଟେଲିଫୋନରେ କଥା ହୋଇଛନ୍ତି । ସେମାନଙ୍କୁ ମିଳୁଥିବା ଚିକିତ୍ସା ସୁବିଧା ବାବଦରେ ପଚାରି ବୁଝିଥିଲେ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀଙ୍କୁ କୋଭିଡ ଯୋଦ୍ଧା ଓ ଆକ୍ରାନ୍ତଙ୍କ ସହ ନିୟମିତ ଯୋଗାଯୋଗ କରି ଫିଡବ୍ୟାକ୍ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.