କରୋନା ଭାଇରସ

ଆମେରିକୀୟ ଏଜେନ୍ସିର ଅଭିଯୋଗ ‘କରୋନା ଭ୍ୟାକସିନ ଉପରେ ହୋଇଥିବା ରିସର୍ଚ୍ଚର ତଥ୍ୟ ଚୋରାଇବାକୁ ଚେଷ୍ଟା ଚଳାଇଛନ୍ତି ଚୀନ ହ୍ୟାକର୍ସ’, ଅଭିଯୋଗକୁ ଖଣ୍ଡନ କଲେ ଚୀନ ସରକାର

ଚୀନ ହ୍ୟାକରମାନଙ୍କ ଜରିଆରେ କରୋନା ଭାଇରସ ଭ୍ୟାକସିନ ଉପରେ ହୋଇଥିବା ରିସର୍ଚ୍ଚର ତଥ୍ୟ ଚୋରାଇବାକୁ ଚେଷ୍ଟା ଚଳାଇଛି। ଆମେରିକୀୟ ଏଜେନ୍ସି Federal Bureau of Investigation (FBI) ଏବଂ ସାଇବର ସିକ୍ୟୁରିଟି ବିଶେଷଜ୍ଞମାନେ ଏ ନେଇ ଦାବି କରିଛନ୍ତି। ତେବେ ଆମେରିକୀୟ ମିଡ଼ିଆ ଅନୁସାରେ, FBI ଏବଂ Homeland Security Department ଚୀନ ହ୍ୟାକରମାନଙ୍କୁ ୱାର୍ନିଂ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଆମେରିକୀୟ ଏଜେନ୍ସି ଅଭିଯୋଗ କରିଛି ଯେ ଚୀନ ହ୍ୟାକର୍ସ କରୋନା ରୋଗୀଙ୍କ ସମ୍ପର୍କିତ ତଥ୍ୟ ଏବଂ ଅନ୍ୟ କିଛି ରିସର୍ଚ୍ଚ ସମ୍ବନ୍ଧୀୟ ତଥ୍ୟକୁ ଟାର୍ଗେଟ କରିଛି। ହ୍ୟାକରମାନେ ଚୀନ ସରକାରଙ୍କ ସହ ଜଡ଼ିତ ଅଛନ୍ତି। ଅନ୍ୟପଟେ ଆମେରିକାରେ କେତେକ କମ୍ପାନୀ କରୋନା ଭାଇରସ ଭ୍ୟାକସିନ ଉପରେ କାମ କରୁଛନ୍ତି। ତେଣୁ ଏଜେନ୍ସି ଏବେ ଅଫିସିଆଲି ଭାବେ ଚେତାବନୀ ଜାରି କରିବାକୁ ଚାହୁଁଛି। କିନ୍ତୁ ଆମେରିକାର ଏହି ଅଭିଯୋଗକୁ ଚୀନ ଖଣ୍ଡନ କରିଛି।

ଚୀନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଜାଓ ଲିଜିଆନଙ୍କ କହିଛନ୍ତି, ‘ଆମେ ସାଇବର ଆଟାକ ଭଳି ଅପରାଧକୁ ସମ୍ପୂର୍ଣ୍ଣ ବିରୋଧ କରୁଛୁ। କରୋନା ଭ୍ୟାକସିନ ଏବଂ ଗବେଷଣା ମାମଲାରେ ଆମେ ବିଶ୍ୱକୁ ନେତୃତ୍ବ କରୁଛୁ। ଆମେରିକା ବିନା କୌଣସି ଆଧାରରେ ଚୀନ ଉପରେ ଅଭିଯୋଗ ଆଣିବା ଉଚିତ ନୁହେଁ। ଏହା ଅନୈତିକ ପଦକ୍ଷେପ’।

ସେପଟେ ଚୀନକୁ ପୁଣିଥରେ ଫେରିଛି କରୋନା ଭାଇରସ। ରୁଷ ସୀମା ନିକଟସ୍ଥ ଜିଲିନ ଅଞ୍ଚଳର ଶୁଲାନ ସହରରେ 17ଜଣ ଲୋକ ସଂକ୍ରମିତ ମିଳିଛନ୍ତି। ଏହାପରେ ଚୀନ ସରକାର ତୁରନ୍ତ ସହରରେ ଲକଡାଉନ ଏବଂ ଯାତ୍ରା ପ୍ରତିବନ୍ଧକ ଘୋଷଣା କରିଦେଇଛନ୍ତି। ତେବେ ମିଳିଥିବା ସୂଚନା ମୁତାବକ, ସମସ୍ତ ମାମଲା ସହରର ଏକ ଲଣ୍ଡରୀରୁ ବ୍ୟାପିଛି। ଏହାକୁ ଜଣେ ମହିଳା ଚଳାଉଥିଲେ। ସଂକ୍ରମିତ ସମସ୍ତ ବ୍ୟକ୍ତି ଏଠାରେ ହିଁ କପଡ଼ା ଧୋଇବାକୁ ଦେଉଥିଲେ।

45 ବର୍ଷୀୟା ଏହି ମହିଳାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ତାଙ୍କ ଜରିଆରୁ ତାଙ୍କ ସ୍ୱାମୀ, ଭଉଣୀ ଏବଂ ପରିବାରର କିଛି ଅନ୍ୟ ସଦସ୍ୟ ମଧ୍ୟ କରୋନା ପଜିଟିଭ ବହାରିଛନ୍ତି। ଏହି ଘଟଣା ପରେ ସରକାର ସମ୍ପୃକ୍ତ ସହରକୁ ହାଇ ରିସ୍କ ଜୋନ ଘୋଷଣା କରିଛନ୍ତି।

Roshni

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

9 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

15 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

28 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago