ଫେରିବେ ପ୍ରବାସୀ ଓଡ଼ିଆ: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିରୁପ୍ପାଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କର୍ଣ୍ଣାଟକରୁ ଫେରିବେ ପ୍ରବାସୀ ଓଡ଼ିଆ । ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିରୁପ୍ପାଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୦ଟା ୩୦ରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଭୟ ଆଲୋଚନା କରିବେ । କର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ନେଇ ଆଲୋଚନା ହେବ । କର୍ଣ୍ଣାଟକରେ ଥିବା ଓଡ଼ିଆଙ୍କୁ କିଭଳି ଫେରାଇ ଅଣାଯିବ ସେ ନେଇ ଉଭୟ କଥାବାର୍ତ୍ତା କରିବେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.