ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ

ଭୁବନେଶ୍ୱର: ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ । ବାପୁଜୀନଗରରେ ବ୍ୟବସାୟୀମାନେ ସାମାଜିକ ଦୂରତା ବଜାୟ ରଖୁନଥିବାରୁ ସମସ୍ତ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରିଥିଲା ବିଏମସି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିପାରିବେ ବୋଲି କୁହାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ୫୦ଟି ଦୋକାନ ଖୋଲିବାକୁ ଅନୁମତି ଦେଇଛି ବିଏମସି । କିନ୍ତୁ ସର୍ତ୍ତ ରହିଛି ଯେ ବାପୁଜୀନଗର ମାର୍କେଟ ଭିତରକୁ କେହି ଗାଡି ନେଇ ଯାଇ ପାରିବନାହିଁ । ସବୁ ଦୋକାନୀ ସାମାଜିକ ଦୂରତା ବଜାୟ ରଖିବେ।

ତେବେ ବାପୁଜୀ ନଗର ମାର୍କେଟରେ ଦୋକାନୀମାନେ ନିୟମ ଖିଲାପ କରିଥିବା ଅଭିଯୋଗରେ ମାର୍କେଟକୁ BMC ପକ୍ଷରୁ ସିଲ୍‌ କରାଯାଇଥିଲା। ରାଜଧାନୀ ରେଡ୍‌ ଜୋନ୍‌ରେ ଥିବା ସତ୍ତ୍ୱେ ଦୋକାନୀମାନେ ସଚେତନ ନହୋଇ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା ଯାହାଫଳରେ ବାପୁଜୀନଗର ମାର୍କେଟ ସିଲ୍‌ କରାଯାଇଥିବା BMC ପକ୍ଷରୁ ସୂଚନା ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.