ଯାଜପୁର ଜିଲ୍ଲାର ୫ଟି ବ୍ଳକ ର ୧୩ଟି ଯୋନରୁ ହଟିଲା କଣ୍ଟେନମେଣ୍ଟ କଟକଣା

ଯାଜପୁର ଟାଉନ: ଯାଜପୁର ଜିଲ୍ଲାର ୫ଟି ବ୍ଳକ ର ୧୩ଟି ଯୋନରେ କଣ୍ଟେନମେଣ୍ଟ କଟକଣା ମୁକ୍ତ ଘୋଷଣା କଲା ଜିଲା ପ୍ରଶାସନ । ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ କରାଯାଇଥିବା କେତେକ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକ୍ତ କରାଯାଇଛି । ଜିଲ୍ଲାର ଦଶରଥପୁର ବ୍ଲକର ମହାନ୍ତିପାଟଣା, ଡାହାଣଅତା, କଟିକଟା ଅଞ୍ଚଳ ଏବଂ ଯାଜପୁର ବ୍ଲକର ବାସୁଦେବପୁର, ବେହେରାପାଟଣା, ନାଥସାହି ଯୋନ କଣ୍ଟେନମେଣ୍ଟ କଟକଣା ମୁକ୍ତ ହୋଇଛି।

jajpurସେହିପରି ବରୀ ବ୍ଲକର ତଲକାଇପଡା, ଉଦୟନାଥପୁର,ବାଇଁଶିରିଆ କଣ୍ଟେନମେଣ୍ଟ ଯୋନ, ରସୁଲପୁର ବ୍ଲକର ସଦାନନ୍ଦପୁର, ନଠୁଆବର ଓ ବିଂଝାରପୁର ବ୍ଲକର କଲ୍ୟାଣପୁର ଅଞ୍ଚଳରୁ କଣ୍ଟେନମେଣ୍ଟ ହଟାଇ ନିଆଯାଇଛି । ଏହିସବୁ ଅଞ୍ଚଳରୁ ଆଉ ପଜିଟିଭ ଚିହ୍ନଟ ନ ହେବା ଦେଖି ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରତିବନ୍ଧକ ହଟାଇବା ଫଳରେ ଏହି ସମସ୍ତ କଣ୍ଟେନମେଣ୍ଟ ଯୋନରେ ରହିଥିବା ୮୮୯୯ଟି ପରିବାର ଏବେ ବାହାରକୁ ଯିବା ଆସିବା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.