ରାଉରକେଲାରେ ସୁପର ସ୍ପ୍ରେଡର ଆତଙ୍କ ପରେ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ରାଉରକେଲା: ରାଉରକେଲାରେ ସୁପର ସ୍ପ୍ରେଡର ଆତଙ୍କ ପରେ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସହରର ବାସନ୍ତୀ କଲୋନୀର ଦୁଇଟି ଲେନ, ସେକ୍ଟର ୧୬, ସେକ୍ଟର ୫ ଗୋଲଘରର ବାରାକ ଭଳି ସହରର ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଏହାସହ ରାଉରକେଲା ସରକାରୀ ଡାକ୍ତରଖାନା, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମହାନଗର ନିଗମ କାର୍ଯ୍ୟାଳୟ ଏବଂ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି ସରକାରୀ କାର୍ଯ୍ୟାଳୟରେ ଲାଗିଛି କଟକଣା। ଆରଜିଏଚରେ ରୋଗୀଙ୍କ ପାଇଁ ଖୋଲା ହୋଇଛି ଗୋଟିଏ ଗେଟ। ଏଥିରେ ରୋଗୀମାନେ ଟେଷ୍ଟିଂ ପରେ ଯାଇପାରିବେ।

ଏହାସହ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଯାତାୟତ ଉପରେ ବି ରୋକ ଲାଗିଛି। ସହରରେ କଣ୍ଟେନମେଣ୍ଟ ଜୋନ ବଢାଇବା ସହ ଅଧିକ ନମୂନା ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। କଣ୍ଟେନମେଣ୍ଟ ଜୋନରେ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.