ଭଦ୍ରକ ଜିଲ୍ଲା ପାଇଁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି: ଅନ୍ୟ ରାଜ୍ୟରୁ ଆସୁଥିବା ଲୋକେ ଫୋନ କରି ସମସ୍ତ ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ଭଦ୍ରକ: ଭଦ୍ରକରେ ଦିନକୁ ଦିନ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢିଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି । ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକର ୧୧ଟି ପଞ୍ଚାୟତର ୬୧ଟି ଗାଁ କଣ୍ଟେନମେଣ୍ଟ ଜୋନ୍‌ରେ ରହିଛି। ତେବେ ଅନ୍ୟ ସମସ୍ତ ବ୍ଲକରେ ବହି ଦୋକାନ ପ୍ରତିଦିନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲାରହିବ। ସେହିପରି ୧୬ନମ୍ବର ଜାତୀୟ ରାଜପଥ କଡରେ ଥିବା ସମସ୍ତ ଢାବା ଖୋଲାରହିବ। ତେବେ ଢାବା ଭିତରେ ବସିଖାଇପାରିବେ ନାହିଁ।

ଅନ୍ୟପଟେ ଭଦ୍ରକ ସହରାଞ୍ଚଳ ଶଶ୍ରମ ନିଯୁ୍‌କ୍ତ ଯୋଜନାରେ ବାସୁଦେବପୁର, ଭଦ୍ରକ, ଚାନ୍ଦବାଲି ଓ ଧାମନଗର ପାଇଁ ଅର୍ଥ ମଞ୍ଜୁର କଲେ ଜିଲ୍ଲାପାଳ । ସହରାଞ୍ଚଳ ଶ୍ରମଭିତ୍ତିକ ନିଯୁକ୍ତ ପାଇଁ ସହାୟତା ଘୋଷଣା କରାଯାଇଛି । ଆସନ୍ତା ୬ ମାସ ପାଇଁ ଶ୍ରମିକଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ । ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ଦେବା ପାଇଁ ଭଦ୍ରକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନିଜର ସମସ୍ତ ତଥ୍ୟ ସରପଞ୍ଚ, ବିଡିଓ ଓ ଜିଲ୍ଲା କଣ୍ଟ୍ରୋଲ ରୁମ୍‌ 06784-251881 ଓ 08763-004011 ରେ ଫୋନ କରି ଜଣାଇବାକୁ ଅନୁରୋଧ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.