ପୁଣି ଶ୍ରୀମନ୍ଦିର ଭିତରେ ପ୍ରବେଶ ଉପରେ ବିବାଦ: ଜଣେ ଠିକାଦାର କଟକଣାକୁ ଉଲଂଘନ କରିଥିବା ସହ ସଂକ୍ରମଣ ଆଶଙ୍କା ଦେଖାଦେଇଥିବା ଅଭିଯୋଗ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ପ୍ରବେଶ ଉପରେ ବିବାଦ । ଶ୍ରୀମନ୍ଦିରରେ ଜଣେ ଠିକାଦାର ତାଙ୍କ ସହାୟକଙ୍କୁ ପ୍ରବେଶ ଉପରେ ବିବାଦ ଦେଖାଯାଇଛି । କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ସମସ୍ତ ଅଧିକାରୀ, ପୋଲିସ ଓ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ନିଷେଧ ଜାରି କରାଯାଇଛି । ତେବେ ଭୁବନେଶ୍ୱରରୁ ଆସିଥିବା ଠିକାଦାର ଶ୍ରୀମନ୍ଦିର ଭିତରେ ବାରମ୍ବାର ପ୍ରବେଶ କରିଥବା ନେଇ ବିବାଦ ଦେଖାଦେଇଛି । କଟକଣାକୁ ଉଲଂଘନ କରିଥିବାବେଳେ ସଂକ୍ରମଣ ଆଶଙ୍କା ଦେଖାଦେଇଥିବା ଅଭିଯୋଗ ହୋଇଛି । ତେବେ ଠିକାଦାର ଶ୍ରୀମଦିର ଭିତରେ କେତେକ ମରାମତି କାର୍ଯ୍ୟ ପାଇଁ ଭିତରକୁ ଯାଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.